ଆଦିବାସୀ ମହିଳାଙ୍କ ସହ ତାଳ ମିଶାଇ ନାଚିଲେ ସାଂସଦ ପ୍ରମିଳା ବିଶୋଇ, କର୍ମୀଙ୍କ ସହ କଲେ ଆଲୋଚନା

ବ୍ରହ୍ମପୁର(କେନ୍ୟୁଜ୍):ଆଦିବାସୀ ମହିଳାଙ୍କ ସହ ନାଚିଲେ ଆସିକା ସାଂସଦ ପ୍ରମିଳା ବିଶୋଇ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହିଳାଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଟି.ଗୋବିନ୍ଦପୁର ପଞ୍ଚାୟତ ଓ ପଟିଗୁଡା ପଞ୍ଚାୟତ ବୁଲି କର୍ମୀଙ୍କ ସହ ଆଲୋଚନା କରିଥିଲେ ଏମପି ପ୍ରମିଳା ବିଶୋଇ।

ଏହା ସହ ସରକାରୀ ଅନୁଦାନରେ ନିର୍ମିତ ଉନ୍ନୟନ କାର୍ଯ୍ୟର ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ଟି. ଗୋବିନ୍ଦପୁର ପଞ୍ଚାୟତର ଆଦିବାସୀ ଗାଁରେ ପହଞ୍ଚି ଆଦିବାସୀ ମହିଳାଙ୍କ ସହ ମିଶି ନାଚ କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହିତ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ମଧ୍ୟ ସାମିଲ ହୋଇଥିଲେ।

Leave A Reply

Your email address will not be published.