ରାଜଧାନୀରେ ଅପରାଧୀ ପ୍ରବଳ କିନ୍ତୁ କମିଶନରେଟ ପୋଲିସ ର୍ଦୁବଳ: ଦିନ ଦ୍ବିପ୍ରହରେ ବଢୁଛି ଆତଙ୍କରାଜ୍

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । କମିଶନରେଟ୍‌ ପୋଲିସକୁ ଖୋଲା ଚାଲେଞ୍ଜ । କାହାକୁ ଡର ନା ଭୟ ଅଛି । ରାତିରେ ଖଣ୍ଡା, ବନ୍ଧୁକ ଧରି ରାଜରାସ୍ତାରେ ମସଗୁଲ୍‌ । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଆକ୍ସନ୍‌ ମୁଡରେ ପୋଲିସ । ଗତ ୨୧ ତାରିଖରେ ଘଟିଥିବା ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏପଟେ ଆଜି ଭରତପୁର ଅଞ୍ଚଳରେ ଜଣେ ଯୁବକଙ୍କ ଲାଇସେନ୍ସ ବନ୍ଧୁକ ଲୁଟ୍‌ କରି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

ଅଭିଯୁକ୍ତ ରାହୁଲ ଜେନାଠୁ ପିସ୍ତଲ ଓ ୪ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ପୋଲିସର ନିଷ୍କ୍ରିୟତା ପାଇଁ ରାଜଧାନୀ ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ । ନା ଠିକ୍‌ସେ ହେଉଛି ପାଟ୍ରୋଲିଂ, ନା ପୋଲିସ ନେଉଛି କଡ଼ା ଆକ୍ସନ୍‌ । ଫଳରେ ଦିନକୁ ଦିନ ଅପରାଧୀମାନେ ଖୋଲାରେ ଅପରାଧ ଘଟାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.