Below header

IIT ଭୁବନେଶ୍ୱରରେ ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ କନକ୍ଲେଭ ଉଦଘାଟିତ

ଆଇଆଇଟି ଭୁବନେଶ୍ୱରରେ ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ କନକ୍ଲେଭ ଉଦଘାଟିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି  ।

ଭୁବନେଶ୍ୱର(କେନ୍ୟୁଜ) : ଅର୍ଥନୀତି ମଜଭୁତ କରିବ ଷ୍ଟାର୍ଟଅପ୍ ।  ଆଇଆଇଟି ଭୁବନେଶ୍ୱରରେ ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପ୍ କନକ୍ଲେଭ ଉଦଘାଟିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି  । ୨୦୩୬ ସୁଦ୍ଧା ଓଡ଼ିଶା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶତ ବାର୍ଷିକ ପୂରଣ କଲା ବେଳକୁ ଶହେ କୋଟି ଟଙ୍କା ବିଶିଷ୍ଟ ଶହେଟି ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରହିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ୨୦୩୬ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଏହି ଗବେଷଣା ଓ ଉଦ୍ୟମିତା ପାର୍କକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ୧୩୦ କୋଟି ଟଙ୍କା ସହାୟତାରେ ୨୦ ହଜାର ବର୍ଗଫୁଟ ଅଞ୍ଚଳରୁ ପ୍ରାୟ ୮୦ ହଜାର ବର୍ଗଫୁଟକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ବିସ୍ତାର କରିବାକୁ ସ୍ଥିର ହୋଇଛି । ଓଡ଼ିଆ ପିଲାଙ୍କ ମଧ୍ୟରେ ଥିବା ଉଦ୍ୟୋଗୀ ପ୍ରତିଭକୁ ପ୍ରସ୍ପୁଟିତ କରିବା ଏବଂ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଏହି ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.