ବ୍ୟସ୍ତ ବହୁଳ ଜୀବନକୁ ପଛରେ ପକାଇ ମାନବିକତା ଦେଖାଇଲେ ଭାରତୀ, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ କଲେ ସାହାଯ୍ୟ

ନିସ୍ୱାର୍ଥପର ଲୋକମାନଙ୍କ ମଧ୍ୟରୁ ପୂର୍ବତନ ଡେପୁଟୀ ମେୟର ଭାରତୀ ସିଂ ଅନ୍ୟତମ । ନିଜ କାରରେ ଯାଉଥିବା ସମୟରେ ହଠାତ ତାଙ୍କ ନଜରରେ ପଡ଼ିଥିଲେ ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକ । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଦେଖିବା ପରେ ମନରେ ଅସିଥିଲା ସାହାଯ୍ୟର ମନୋଭାବ ।

ଆଜିର ଏ ସ୍ୱାର୍ଥପର ଦୁନିଆରେ କିଏ ବା କାହାକୁ ପଚାରୁଛି । ସମସ୍ତେ ନିଜ ସ୍ୱାର୍ଥ ପ୍ରଥମେ ଦେଖନ୍ତି । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ ନିସ୍ୱାର୍ଥପର ସେବା କରନ୍ତି । ଏହି ନିସ୍ୱାର୍ଥପର ଲୋକମାନଙ୍କ ମଧ୍ୟରୁ ପୂର୍ବତନ ଡେପୁଟୀ ମେୟର ଭାରତୀ ସିଂ ଅନ୍ୟତମ । ନିଜ କାରରେ ଯାଉଥିବା ସମୟରେ ହଠାତ ତାଙ୍କ ନଜରରେ ପଡ଼ିଥିଲେ ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକ । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଦେଖିବା ପରେ ମନରେ ଅସିଥିଲା ସାହାଯ୍ୟର ମନୋଭାବ । ଆଉ ଆଗକୁ କିଛି ନଭାବି ତୁରନ୍ତ ତାଙ୍କୁ ନିଜ କାରରେ ବସାଇ ହସ୍ପିଟାଲରେ ପହଞ୍ଚାଇଥିଲେ ।

ଏଭଳି ସାହାଯ୍ୟ କରି ମାନବିକତା ଦେଖାଇଛନ୍ତି ପୂର୍ବତନ ଡେପୁଟୀ ମେୟର ଭାରତୀ ସିଂ । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ଟୁଙ୍ଗାଧୁଆ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିଥିଲେ । ଠିକ୍‌ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଭୁବନେଶ୍ୱରର ପୂର୍ବତନ ଡେପୁଟୀ ମେୟର ଭାରତୀ ସିଂ ଉଭୟଙ୍କୁ ଉଦ୍ଧାର କରି ନିଜ କାରରେ ଉଦଳା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ସୂଚନାଯୋଗ୍ୟ ଯେ ରବିବାର ଦିନ ଉଦଳା ଅଞ୍ଚଳର ଦୁଇ ଯୁବକ ବାଇକ ଯୋଗେ ଯାଉଥିବା ବେଳେ ଛେଳିକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳର ଝିଅ ଭାରତୀ ସିଂ ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଫେରୁଥିବା ବେଳେ ଟୁଙ୍ଗାଧୁଆ ରାସ୍ତାରେ ଦୁଇ ଯୁବକ ସଂଙ୍ଗୀନ ଅବସ୍ଥାରେ ପଡ଼ିଥିବା ଦେଖି ଉକ୍ତ ଦୁଇ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ ଗାଡ଼ି ଯୋଗେ ଉଦଳା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଯୁବକ ଦୁଇ ଜଣଙ୍କ ଅବସ୍ଥା ଦେଖି ଚିନ୍ତାରେ ପଡ଼ିଥିଲେ ଭାରତୀ । ତେଣୁ ବିଳମ୍ବ ନକରି ଯୁବକଙ୍କୁ ଧରି ସିଧା ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକମାନଙ୍କ ଚିକିତ୍ସା କରାଇବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆସୁ ଆରୋଗ୍ୟ ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ଭାରତୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି । କେହି କାହାକୁ ଅନାଇବାକୁ ବି ସମୟ ନଥାଏ ଏପରି ସ୍ଥିତିରେ କିଏ ବା କାହାର କାହିଁକି ସାହଯ୍ୟ କରିବ । କିନ୍ତୁ ଭାରତୀ ନିଜ ବ୍ୟସ୍ତ ବହୁଳ ଜୀବନକୁ ପଛରେ ପକାଇ ମାନବିକତା ଦେଖାଇଛନ୍ତି । ଭାରତୀଙ୍କ ଏଭଳି ସାହାଯ୍ୟ ମନୋଭାବ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.