ହଗ୍ ଡେ : ନିଜ ମନର କଥାକୁ ଶବ୍ଦରେ ପରିପ୍ରକାଶ ନ କରି ଆଲିଙ୍ଗନ କରନ୍ତୁ, ସାଥି ଜାଣିଦେବେ ସବୁକିଛି
ଆଜିର ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମର ଗଭୀରତା ପରିପ୍ରକାଶ କରିଥାନ୍ତି । ନିଜ ମନର କଥାରେ ଶବ୍ଦରେ ପରିପ୍ରକାଶ ନ କରି ଆଲିଙ୍ଗନ କରି ପରିପ୍ରକାଶ କରାଯାଏ । ଥରେ ଆଲିଙ୍ଗନ କରି ଏକାସଙ୍ଗେ ଅନେକ ଗୁଡ଼ିଏ ଭାବନାକୁ ପ୍ରକାଶ କରିହୁଏ ।

ଆଜି ପ୍ରେମ ସପ୍ତାହର ଷଷ୍ଠ ଦିନ ହଗ୍ ଡେ’ ବା ଆଲିଙ୍ଗନ ଦିବସ । ଆଜିର ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମର ଗଭୀରତା ପରିପ୍ରକାଶ କରିଥାନ୍ତି । ନିଜ ମନର କଥାରେ ଶବ୍ଦରେ ପରିପ୍ରକାଶ ନ କରି ଆଲିଙ୍ଗନ କରି ପରିପ୍ରକାଶ କରାଯାଏ । ଥରେ ଆଲିଙ୍ଗନ କରି ଏକାସଙ୍ଗେ ଅନେକ ଗୁଡ଼ିଏ ଭାବନାକୁ ପ୍ରକାଶ କରିହୁଏ । ଗୋଟିଏ ଆଲିଙ୍ଗନ ଭଲ ପାଇବା, କେୟାରିଂ, ଖୁସି, ବିଶ୍ୱାସ ଆଦିକୁ ଦର୍ଶାଏ । ଭାଷାରେ ହଜାରେ କଥା କହିବା ସମ୍ଭବ ନୁହେଁ, କିନ୍ତୁ ଗୋଟିଏ ଆଲିଙ୍ଗନରେ ମନର ଅନେକ କଥା ସେୟାର କରି ହୁଏ ।
ହଗ୍ ଡେ’ ହେଉଛି ଭାଲେଣ୍ଟାଇନ୍ ସପ୍ତାହର ୬ଷ୍ଠ ଦିବସ । ପ୍ରତିବର୍ଷ ଫେବ୍ରୁଆରୀ ୧୨ ତାରିଖ ଦିନ ଏହା ପାଳିତ ହୁଏ । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ମନର ଭାବନାକୁ ବ୍ୟକ୍ତ କରିଥାନ୍ତି । ଯାହା ସେମାନଙ୍କ ପ୍ରେମକୁ ଆହୁରି ଗଭୀର କରିଦିଏ। ସାରା ଜୀବନ ଏକାଠି ରହିବା ପ୍ରତିଶ୍ରୁତିକୁ ଆହୁରି ମଜଭୁତ କରେ ।
ଶରୀରରୁ ଅକ୍ସିଟୋସିନ୍ ନାମକ ଏକ ହରମୋନ କ୍ଷରିତ ହୋଇଥାଏ, ଯାହା ଶରୀରକୁ ରିଲାକ୍ସ କରିବାରେ ସାହାଯ୍ୟ କରେ ।
କେହି ଆପଣାର ଲୋକର ସ୍ପର୍ଶରେ କଷ୍ଟ କେତେକାଂଶରେ ଦୂର ହୋଇଯାଏ । ଯେତେବେଳେ କେହି ନିଜର ଲୋକ ଆପଣାଇ ନିଏ ବା କୁଣ୍ଢାଇ ପକାଏ ସେତେବେଳେ ଶରୀରରେ ଏକ ଅଦ୍ଭୁତ ଭାବନା ସଞ୍ଚରିତ ହୁଏ ।
ଆଲିଙ୍ଗନ କରିବା ହାର୍ଟ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ପ୍ରତିଦିନ ନିଜ ପ୍ରିୟର ଲୋକଙ୍କୁ ମାତ୍ର ୨୦ ସେକେଣ୍ଡ ଆଲିଙ୍ଗନ ବା ହଗ୍ କରୁଥିବା ବ୍ୟକ୍ତିଙ୍କ ହୃଦୟ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଆଲିଙ୍ଗନ କରିବା ବେଳେ ଶରୀରର ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ, ଫଳରେ ହାର୍ଟକୁ ଭଲ ଭାବେ ରକ୍ତ ପହଞ୍ଚେ ଓ ହାର୍ଟ ସୁସ୍ଥ ରହେ ।
ଏକ ରିସର୍ଚ୍ଚ ମୁତାବକ ଆଲିଙ୍ଗନ କରିବା ଦ୍ୱାରା ଶରୀରର ୩୦ ପ୍ରତିଶତ ରୋଗ ଭଲ ହୋଇଥାଏ।