କମିଶନରେଟ ପୋଲିସର କଡ଼ା ପଦକ୍ଷେପ : ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ

ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି ।

ଭୁବନେଶ୍ୱର(କେନ୍ୟୁଜ) :  ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି । ତେଣୁ ବନ୍ଧୁକ ଲାଇସେନ୍ସ ନେଇଥିବା ବ୍ୟକ୍ତି ଆସନ୍ତା ୨୫ ଦିନ ମଧ୍ୟରେ ବନ୍ଧୁକ ନିକଟସ୍ଥ ଥାନାରେ ଦାଖଲ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ ଦାଖଲ କରିବେ ନାହିଁ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନଙ୍କର ଲାଇସେନ୍ସର ସମୟସୀମା ଶେଷ ହୋଇଯାଇଛି ସେମାନେ ମଧ୍ୟ କୌଣସ ପ୍ରକାର ଥାନାରେ ବନ୍ଧୁକ ଦାଖଲ କରିବେ । ମିଳିଥିବା ତଥ୍ୟ ଅନୁଯାୟୀ ଗତ ୬ ବର୍ଷରେ ରାଜଧାନୀରୁ ୮୬ଜଣ ବନ୍ଧୁକ ଲାଇସେନ୍ସ ନେଇଛନ୍ତି । ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ବନ୍ଧୁକ ଦାଖଲ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.