୫ ମାସ ନ ପୂରୁଣୁ ଭାଙ୍ଗିଗଲା ହକି ଖେଳାଳିଙ୍କ ୪୦ ଫୁଟିଆ ଷ୍ଟାଚ୍ୟୁ, ମରାମତି କରୁଛି ମହାନଗର ନିଗମ

ରାଉରକେଲା ସହରରେ କାଳବୈଶାଖୀରେ ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ପାଇଁ ମାତ୍ର ୫ ମାସ ତଳେ ଷ୍ଟାଚ୍ୟୁ ନିର୍ମାଣ ହୋଇଥିଲା।

ରାଉରକେଲା (କେନ୍ୟୁଜ) : ରାଉରକେଲା ସହରରେ କାଳବୈଶାଖୀରେ ଭାଙ୍ଗିଗଲା ୪୦ ଫୁଟ ଉଚ୍ଚର ହକି ଖେଳାଳିଙ୍କ ଷ୍ଟାଚ୍ୟୁ। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ପାଇଁ ମାତ୍ର ୫ ମାସ ତଳେ ଷ୍ଟାଚ୍ୟୁ ନିର୍ମାଣ ହୋଇଥିଲା। ଘଟଣାସ୍ଥଳରେ ମହାନଗର ନିଗମ ପକ୍ଷରୁ ମରାମତି ପାଇଁ ପଦକ୍ଷେପ ଆରମ୍ଭ।

ରାଉରକେଲା ଏୟାରପୋର୍ଟ ପାଖରେ ଏହି ଷ୍ଟାଚ୍ୟୁଟିକୁ ରଖା ଯାଇଥିଲା। ତେବେ ହଠାତ ତାହା ଆଜି ଭାଙ୍ଗି ତଳେ ପଡ଼ି ଯାଇଥିଲା। ସାମାନ୍ୟ ବର୍ଷା ଓ ପବନ ପରେ ଏହି ଘଟଣା ଘଟିଥିଲା। ସୂଚନା ମିଳିଛି ଯେ ଷ୍ଟାଚ୍ୟୁଟି ଖସିପଡ଼ିବା ସମୟରେ ସେଠାରେ କେହି ନଥିଲେ। ତେଣୁ କେହି ହତାହତ ହୋଇନାହାନ୍ତି। ତେବେ ଷ୍ଟାଚ୍ୟୁଟି କେମିତି ଭାଙ୍ଗିଲା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.