OTP ସେୟାର ମାମଲା: ଯାଜପୁରରୁ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ପ୍ରୀତମ କର

ଓଟିପି ସ୍କାମ ମାମଲା । ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ପ୍ରୀତମ କର । ଯାଜପୁର ରାମଚନ୍ଦ୍ରପୁରର ଏହି ଯୁବକଙ୍କୁ ଏସଟିଏଫ୍ ଗରିଫ କରିଛି । ଏହି ମାମଲାରେ ପୂର୍ବରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଓଟିପି ସ୍କାମ ମାମଲା । ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ପ୍ରୀତମ କର । ଯାଜପୁର ରାମଚନ୍ଦ୍ରପୁରର ଏହି ଯୁବକଙ୍କୁ ଏସଟିଏଫ୍ ଗରିଫ କରିଛି । ଏହି ମାମଲାରେ ପୂର୍ବରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରାଯିବ।

ଅଭିଯୁକ୍ତ ପ୍ରୀତମ କର ଅତି କମରେ ଦୁଇଜଣ PIO / ISI ଏଜେଣ୍ଟଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ଏବଂ ଅନ୍ୟ ରାଜ୍ୟରେ ସେମାନଙ୍କୁ ଏକାଧିକ ଥର ଭେଟିଥିଲେ ଏବଂ ନିକଟରେ OTP / ମ୍ୟୁଲେ ଆକାଉଣ୍ଟ / ଡିଜିଟାଲ୍ ୱାଲେଟ୍ ବିକ୍ରୟ ପାଇଁ ୧.୫ ଲକ୍ଷ ଟଙ୍କା ପାଇଥିଲେ। ଏହି ଯୁବକ ପାକିସ୍ତାନର ଆଇଏସଆଇ ଲିଙ୍କରେ ଥିବା ନେଇ ସୂଚନା ପାଇଛି ଏସଟିଏଫ । ଓଡିଶାରେ ପ୍ରି ଆକ୍ଟିଭ ସିମକୁ ବ୍ୟବହାର କରି ଓଟିପି ଗୁଡିକୁ ପାକିସ୍ତାନ ପଠାଯାଉଥିଲା । ଏହି ଓଟିପି ଜରିଆରେ ଅନେକ ଅପରାଧୀ ଓ ଆତଙ୍କବାଦୀ କାର୍ଯ୍ୟକଳାପ କରାଯାଉଥିଲା । ପ୍ରୀତମ ହ୍ୱାଟସଆପରେ ଅନେକ ଗ୍ରୁପ ତିଆରି କରିଥିଲେ । ଯେଉଁ ଗ୍ରୁପ ମାଧ୍ୟମରେ ଓଟିପି ସେୟାର ହେଉଥିଲା । ଆଜି ଏସଟିଏଫ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.