ଭୀଷଣ ଗରମରେ ଚାଲିଥିଲା ପରେଡ୍‌ ଅଭ୍ୟାସ, ପ୍ରିନ୍ସ ୱିଲିୟମ୍‌ଙ୍କ ସାମ୍ନାରେ ବେହୋସ୍‌ ହୋଇ ପଡ଼ିଲେ ୩ ସୈନିକ

ଲଣ୍ଡନରେ ବାର୍ଷିକ ‘ଟ୍ରୁପିଙ୍ଗ୍‌ ଦ କଲର୍‌ ପରେଡ୍‌’ ପାଇଁ ପ୍ରସ୍ତୁତି ବେଳେ ରୟାଲ ଗାର୍ଡସ୍‌ର ୩ ସୈନିକ ବେହୋସ୍‌ ହୋଇ ପଡ଼ିଥିଲେ। ସେମାନେ ୮୮ ଡିଗ୍ରୀ ଫାରେନ୍‌ହାଇଟ୍‌ ତାପମାତ୍ରାରେ ପରେଡ୍‌ ରିହର୍ସାଲରେ ନିୟୋଜିତ ହୋଇଥିଲେ।

ଲଣ୍ଡନରେ ବାର୍ଷିକ ‘ଟ୍ରୁପିଙ୍ଗ୍‌ ଦ କଲର୍‌ ପରେଡ୍‌’ ପାଇଁ ପ୍ରସ୍ତୁତି ବେଳେ ରୟାଲ ଗାର୍ଡସ୍‌ର ୩ ସୈନିକ ବେହୋସ୍‌ ହୋଇ ପଡ଼ିଥିଲେ। ସେମାନେ ୮୮ ଡିଗ୍ରୀ ଫାରେନ୍‌ହାଇଟ୍‌ ତାପମାତ୍ରାରେ ପରେଡ୍‌ ରିହର୍ସାଲରେ ନିୟୋଜିତ ହୋଇଥିଲେ। ଏହି ସମୟରେ କିଙ୍ଗ୍‌ ଚାର୍ଲ୍ସଙ୍କ ବଡ଼ ପୁଅ ପ୍ରିନ୍ସ ୱିଲିୟମ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସେ ପରେଡ୍‌ ପ୍ରସ୍ତୁତିକୁ ନିରୀକ୍ଷଣ କରୁଥିଲେ। ଏହି ଘଟଣା ପରେ ପ୍ରିନ୍ସ ୱିଲିୟମ୍ ସୈନିକମାନଙ୍କ କାମକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ବାସ୍ତବରେ, ଲଣ୍ଡନରେ ଭୀଷଣ ଗରମ ଅନୁଭୂତ ହେଉଛି। ଏହି ସମୟରେ ସୈନିକମାନେ ଉଲ୍‌ରେ ତିଆରି ୟୁନିଫର୍ମ ଏବଂ ଭାଲୁ ଚମଡ଼ାରେ ତିଆରି ଟୋପି ପିନ୍ଧି ଅଭ୍ୟାସ କରୁଥିଲେ।

ପରେଡ ପାଇଁ ପ୍ରସ୍ତୁତି ବେଳେ ବେହୋସ୍‌ ହୋଇଥିବା ସୈନିକଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖା ଯାଉଛି ଯେ ସୈନିକମାନେ ଖୋଲା ପଡ଼ିଆରେ ଟ୍ରମ୍ପେଟ୍‌ ବଜାଉଛନ୍ତି। ଏହି ସମୟରେ ଜଣେ ସୈନିକ ବେହୋସ୍‌ ହୋଇ ତଳେ ପଡ଼ିଯାଉଛନ୍ତି। ଏହା ସତ୍ତ୍ୱେ ଅନ୍ୟ ସୈନିକମାନେ ଅଟକୁ ନାହାନ୍ତି ଏବଂ ସେମାନଙ୍କର ଅଭ୍ୟାସ ଜାରି ରଖୁଛନ୍ତି।

ପରେଡ୍‌ ଅଭ୍ୟାସ ବେଳେ ୩ ସୈନିକ ବେହୋସ୍‌ ହେବା ଘଟଣାକୁ ନେଇ ପ୍ରିନ୍ସ ୱିଲିୟମ୍ ଏକ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ଏଭଳି କଠିନ ସମୟରେ ମଧ୍ୟ ଆପଣ ସମସ୍ତେ ବାସ୍ତବରେ ବହୁତ ଭଲ କାମ କଲେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.