କୁମ୍ପିରେ କଏନ ଭର୍ତ୍ତି କରି କୁକୁର କଲା ଓ୍ଵାର୍ଲ୍ଡ ରେକର୍ଡ

ବ୍ରିଟେନରେ ରହୁଥିବା କାକର ସ୍ପେନିଅଲ ପ୍ରଜାତିର ଏକ କୁକୁର ଗୋଟିଏ ମିନିଟରେ କୁମ୍ପିରେ ୨୩ଟି କଏନ ଭର୍ତ୍ତି କରି ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କରିଛି । କୁକୁରଟି ନିଜ ମୁହଁରେ କଏନ ଗୁଡ଼ିକୁ କୁମ୍ପିରେ ଜମା କରିଥିଲା । ତେବେ ଏହି କଳା ଶିଖିବା ପାଇଁ କୁକୁରଟିକୁ ଦୁଇ ବର୍ଷ ସମୟ ଲାଗିଥିଲା ।

ପଶୁମାନଙ୍କ ମଧ୍ୟରେ କୁକୁର ସବୁଠାରୁ ବିଶ୍ୱସନୀୟ ବୋଲି ସମସ୍ତେ ଜାଣନ୍ତି । ମଣିଷ ମାନଙ୍କ ସହ କୁକୁରର ଭିନ୍ନ ସମ୍ପର୍କ ରହିଥାଏ । ସେମାନେ ନିଜ ମାଲିକ ପ୍ରତି ବିଶ୍ୱାସୀ ସହ ଚାଲାକ ହୋଇଥାନ୍ତି ଏବଂ ମାଲିକଙ୍କ କୌଣସି ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଅନେକ ସମୟରେ କୁକୁର ଏବଂ ସେମାନଙ୍କ ମାଲିକମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ଗୋଟିଏ କୁକୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ କୁକୁରଟି ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସାମିଲ କରିଛି ।

ଗୋଟିଏ ମିନିଟରେ କୁମ୍ପିରେ ସବୁଠାରୁ ଅଧିକ କଏନ ଭର୍ତ୍ତି କରି ଓ୍ଵାର୍ଲ୍ଡ ରେକର୍ଡ କରିଛି କୁକୁର । ବ୍ରିଟେନରେ ରହୁଥିବା କାକର ସ୍ପେନିଅଲ ପ୍ରଜାତିର ଏକ କୁକୁର ଗୋଟିଏ ମିନିଟରେ କୁମ୍ପିରେ ୨୩ଟି କଏନ ଭର୍ତ୍ତି କରି ଗିନିଜ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କରିଛି । କୁକୁରଟି ନିଜ ମୁହଁରେ କଏନ ଗୁଡ଼ିକୁ କୁମ୍ପିରେ ଜମା କରିଥିଲା । ତେବେ ଏହି କଳା ଶିଖିବା ପାଇଁ କୁକୁରଟିକୁ ଦୁଇ ବର୍ଷ ସମୟ ଲାଗିଥିଲା । ଏହି କଳା ଶିଖିବା ପରେ ହିଁ କୁକୁରଟି ଗୋଟିଏ ମିନିଟରେ ୨୩ଟି କଏନ କୁମ୍ପିରେ ଜମା କରିବାକୁ ସକ୍ଷମ ହୋଇଥିଲା । ଏହି କଳା ଦ୍ୱାରା ସେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ହାସଲ କରି ପାରିଛି ।

ବ୍ରିଟେନର ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । କୁକୁରଟି ପୁର୍ବରୁ ୧୮ଟି କଏନ ଜମା କରିବା ରେକର୍ଡ ଭାଙ୍ଗି ପୁଣି ଏକ ନୂଆ ରେକର୍ଡ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଏହି କୁକୁରର ନାମ ଲିଓ । ସ୍କଟଲ୍ୟାଣ୍ଡର ଏବରଡିନ ସହରରେ ଏମିଲି ନାମକ ମହିଳାଙ୍କ ସହ ଏହି କୁକୁରଟି ରହୁଛି । ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ଅନୁସାରେ , ୟୁକେର ଏବରଡିନ, ଗ୍ରେମ୍ପିୟନ ଅଞ୍ଚଳରେ ଏମିଲି ନାମକ ମହିଳାଙ୍କ ପୋଷା କୁକୁର ଏହି ରେକର୍ଡ କରିଛି । ୨୦୨୩ ମସିହା ୨୪ ଫେବୃଆରୀରେ କୁକୁରଟି ନିଜ ମୁହଁରେ ୨୩ଟି କଏନ କୁମ୍ପିରେ ଭର୍ତ୍ତି କରି ଓ୍ଵାର୍ଲ୍ଡ ରେକର୍ଡ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.