Below header

ଶବଠୁ ବି ଟଙ୍କା ଶୋଷିବାକୁ ପଛାଉନାହାନ୍ତି ସରକାରୀ କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

ଚରମ ସୀମାରେ ପହଞ୍ଚିଲେଣି ଦୁର୍ନୀତିଖୋର ସରକାରୀ କର୍ମଚାରୀ । ସାମାନ୍ୟ ଟଙ୍କା ପାଇଁ ହରକତ୍ କରୁଛନ୍ତି ଯେ ମଣିଷ କହିବାକୁ ଲାଜ ଲାଗୁଛି ଏମାନଙ୍କ । ସରକାରୀ ଚାକିରି କରି ମାସମାସ ଦରମା ନେଉଛନ୍ତି। ତା ଉପରେ ଟଙ୍କା ପାଇଁ ଶବକୁ ବି ଛାଡ଼ୁନାହାନ୍ତି । କହୁଛନ୍ତି ପାଞ୍ଚ ଶହ ନଦେଲେ ହୋଇପାରିବନି ପୋଷ୍ଟମର୍ଟମ ।

ନୟାଗଡ(କେନ୍ୟୁଜ୍):  ଦୁର୍ନୀତିକୁ ରୋକିବା, ଦୁର୍ନୀତିକୁ ଧରିବା ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଅନେକ ଉପାୟ ଆପଣାଯାଉଛି । ତଥାପି କମିବା ପରିବର୍ତ୍ତେ ଏହା ବଢିବାରେ ଲାଗିଛି । ଏମିତି ବଢ଼ିଲାଣି ଦୁର୍ନୀତି ସହିବା ମୁସ୍କିଲ୍। ଆଜ୍ଞା ହଁ  ଶବଠୁ ବି ପଇସା ଶୋଷିବାକୁ ପଛାଉନାହାନ୍ତି ସରକାରୀ କର୍ମଚାରୀ। ଯାହାର ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଚରମ ସୀମାରେ ପହଞ୍ଚିଲେଣି ଦୁର୍ନୀତିଖୋର ସରକାରୀ କର୍ମଚାରୀ । ସାମାନ୍ୟ ଟଙ୍କା ପାଇଁ ଏମିତି  ହରକତ୍ କରୁଛନ୍ତି ଯେ ମଣିଷ କହିବାକୁ ଲାଜ ଲାଗୁଛି ଏମାନଙ୍କୁ । ସରକାରୀ ଚାକିରି କରି ମାସମାସ ଦରମା ନେଉଛନ୍ତି। ତା ଉପରେ ଟଙ୍କା ପାଇଁ ଶବକୁ ବି ଛାଡ଼ୁନାହାନ୍ତି । କହୁଛନ୍ତି ପାଞ୍ଚ ଶହ ନଦେଲେ ହୋଇପାରିବନି ପୋଷ୍ଟମର୍ଟମ । କାହାର ସବୁ ଚାଲିଯାଇଛି ହେଲେ ଏମାନଙ୍କୁ କଣ ଫରକ ପଡୁଛି, ଏମାନଙ୍କୁ ତ ଖାଲି ଟଙ୍କା ଦରକାର । ନିଜ ରକ୍ତ ସଂପର୍କୀୟଙ୍କୁ ହରାଇ ମ୍ରିୟମାଣ ପରିବାର ଲୋକଙ୍କୁ ଲାଞ୍ଚ ମାଗିବାର ଭିଡିଓ ଏବେ ଘୂରିବୁଲିଛି ମୋବାଇଲକୁ ମୋବାଇଲ। ଏହି ଭିଡିଓ ଭାଇରାଲ୍ ହେବା ପରେ ଆରମ୍ଭ ହୋଇଛି ତନାଘନା।

ଭାଇରାଲ ଭିଡିଓରେ ଥିବା ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରର । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଆସିଛି ଏଭଳି ଏକ ସଙ୍ଗୀନ ଅଭିଯୋଗ। ମୃତଦେହ ବ୍ୟବଚ୍ଛେଦ କରାଇବାକୁ ଲାଞ୍ଚ ନେବା ଅଭିଯୋଗ ଆସିଛି । ବାଣୀଗୋଛା ଥାନା ବାଇଝିରି ଗାଁର ଜଣେ ଯୁବକ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଥିଲେ ।

ତେବେ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଆଉ ଉପାୟ ନପାଇ ଟଙ୍କା ଗଣିବାକୁ ପଡ଼ିଥିଲା ମୃତକଙ୍କ ପରିବାର ଲୋକଙ୍କୁ। ଟଙ୍କା ନଦେଲେ ପୋଷ୍ଟମର୍ଟମ ହୋଇପାରିବନି ବୋଲି ରୋକଠୋକ୍ ମନା କରିଦେଇଥିଲେ କର୍ମଚାରୀଜଣଙ୍କ। କାହାକୁ ଡର ନାହିଁ କି ଭୟ ନାହିଁ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ପଦକ୍ଷପ ଗ୍ରହଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.