ଟ୍ରାଫିକ୍ କ୍ୟାମେରାରେ କ୍ଲିୟର ଫଟୋ ଉଠେ କିପରି?

ସହର ଏବଂ ରାଜପଥର ବିଭିନ୍ନ ସ୍ଥାନରେ ଟ୍ରାଫିକ କ୍ୟାମେରା ଲଗାଯାଇଛି। ଯାହା ରାସ୍ତାରେ ଚଳାଚଳ କରୁଥିବା ଗାଡିର ଫଟୋଗ୍ରାଫ୍ ନେଇଥାଏ। ସେହି ଫଟୋ ଆଧାରରେ ଅନଲାଇନ୍ ଚାଲାଣ କଟାଯାଇଥାଏ। ତେବେ ଏତେ ଦୂରରୁ କ୍ୟାମେରା ଏତେ ଭଲ କ୍ୱାଲିଟି ର ଫଟୋ କିପରି ଉଠାଉଛି , ଆପଣ କେବେ ଭାବିଛନ୍ତି ? ନା Blur ଫଟୋ ରୁ ବି ଗାଡି ବିଷୟରେ ଜଣାପଡେ ? ଆଜି ଜାଣନ୍ତୁ..

ଦେଶରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଚାଲାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଅମାନିଆ ଙ୍କୁ ଠିକ ବାଟରେ ଆଣିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ବର୍ତ୍ତମାନ ଧିରେ ଧିରେ ଚାଲାଣ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି। ଅଧିକାଂଶ ସ୍ଥାନରେ ଟ୍ରାଫିକ୍ କ୍ୟାମେରା ଲଗାଯାଇଛି । ବିଶେଷକରି ସହର ଏବଂ ରାଜପଥର ବିଭିନ୍ନ ସ୍ଥାନରେ ଟ୍ରାଫିକ କ୍ୟାମେରା ଲଗାଯାଇଛି। ଯାହା ରାସ୍ତାରେ ଚଳାଚଳ କରୁଥିବା ଗାଡିର ଫଟୋଗ୍ରାଫ୍ ନେଇଥାଏ। ସେହି ଫଟୋ ଆଧାରରେ ଅନଲାଇନ୍ ଚାଲାଣ କଟାଯାଇଥାଏ। ତେବେ ଏତେ ଦୂରରୁ କ୍ୟାମେରା ଏତେ ଭଲ କ୍ୱାଲିଟି ର ଫଟୋ କିପରି ଉଠାଉଛି , ଆପଣ କେବେ ଭାବିଛନ୍ତି ? ନା Blur ଫଟୋ ରୁ ବି ଗାଡି ବିଷୟରେ ଜଣାପଡେ ? ଆଜି ଜାଣନ୍ତୁ..

ଯଦି କେବେ ଆପଣଙ୍କର ଏପରି ଟ୍ରାଫିକ ଚାଲାଣ କଟିଛି ଏବଂ ଆପଣ ଆପଣଙ୍କର ଚାଲାଣ ଅନଲାଇନ୍ ରେ ଦେଖିଛନ୍ତି, ତାହେଲେ ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଟ୍ରାଫିକ୍ କ୍ୟାମେରା ମାଧ୍ୟମରେ ଉଠାଯାଇଥିବା ଫଟୋ ଦେଖିବାକୁ ବହୁତ ସ୍ପଷ୍ଟ ହୋଇଥାଏ। ଯେତେବେଳେ ଟ୍ରାଫିକ୍ କ୍ୟାମେରା ରାସ୍ତା ଉପରେ ଥିବା ଇଲେକ୍ଟ୍ରି ପୋଲ ଉପରେ ଲଗାଯାଇଥାଏ। ଏହା ଦୂରରୁ ମଧ୍ୟ ସ୍ପଷ୍ଟ ଫଟୋ ଉଠାଇପାରିବ। ଆପଣଙ୍କ ଗାଡିର ନମ୍ବର ପ୍ଲେଟ୍ ମଧ୍ୟ ସେଥିରେ ସ୍ପଷ୍ଟ ଦେଖାଯାଏ। ହେଲେ କ’ଣ ଆପଣ ଜାଣିଛନ୍ତି ଟ୍ରାଫିକ କ୍ୟାମେରା କିପରି ଏତେ ସ୍ପଷ୍ଟ ଫଟୋ ଉଠାଇଥାଏ?

ଆପଣ ରାସ୍ତାରେ ଦେଖୁଥିବା ଟ୍ରାଫିକ୍ କ୍ୟାମେରା ସାଧାରଣ କ୍ୟାମେରା ନୁହେଁ। ତାହା ଏପରି ଭାବରେ ଡିଜାଇନ୍ ହୋଇଛି ଯେମିତି ରାସ୍ତାରେ ଚାଲୁଥିବା ଗାଡିର ସ୍ପଷ୍ଟ ଫଟୋ ଉଠାଇ ପାରିବେ। ରାସ୍ତାରେ ଚଳାଚଳ କରୁଥିବା ଗାଡିର ଫଟୋ ଉଠାଇବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ବା High Resolution Camera ବ୍ୟବହୃତ ହୋଇଥାଏ। ଯାହା ଗାଡ଼ିର ଫଟୋ ଭଲ ଭାବେ ଉଠାଇଥାଏ। ଏହି କ୍ୟାମେରା ଦ୍ୱାରା ଗାଡ଼ିର ନମ୍ବର ପ୍ଲେଟ୍ ସ୍ପଷ୍ଟ ଭାବରେ ଦେଖାଯାଏ। ଏହି କ୍ୟାମେରା ନାଇଟ୍ ଭିଜନ୍ ମୋଡ୍ କ୍ଷମତା ରଖିଥାଏ । ଯାହା ଦ୍ୱାରା ରାତି ସମୟରେ ମଧ୍ୟ ରାସ୍ତାରେ ଚାଲୁଥିବା ଗାଡିର ଫଟୋ ଉଠାଇବାକୁ ମଧ୍ୟ ସକ୍ଷମ ହୋଇଥାଏ ।

ତେବେ ମୁଖ୍ୟ କଥା ହେଉଛି କେଉଁଠାରେ ଏବଂ କିପରି କ୍ୟାମେରା ଲଗାଇବା ଉଚିତ ତାହା ପ୍ରଶାସନ ନିଷ୍ପତ୍ତି ନେଇଥାଏ। ଏଭଳି ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଫିଚର ର କ୍ୟାମେରା ଲଗାଯାଇଥାଏ। ଯାହାର ଫଟୋ କ୍ଳାରିଟି ଭିନ୍ନ ଭିନ୍ନ ଭିନ୍ନ ହୋଇପାରେ। ଫଟୋ ଉଠାଇବା ପାଇଁ Advanced Image Processing କାର୍ଯ୍ୟକାରୀ କରାଯାଇଥାଏ। ଯାହାପରେ ଆଇନ ପ୍ରଣୟନକାରୀ ସଂସ୍ଥା ସ୍ୱତନ୍ତ୍ର ସଫ୍ଟୱେୟାର ବ୍ୟବହାର କରିଥାନ୍ତି। ଯାହା ଫଟୋ କୁ ଅଧିକ ସ୍ପଷ୍ଟ କରିଥାଏ। ଯାହା ଦ୍ୱାରା ଗାଡିର ନମ୍ବର ପ୍ଲେଟ୍ ସ୍ପଷ୍ଟ ଭାବରେ ଦେଖାଯାଏ । ଶେଷରେ ସେହି ଫଟୋ ଚାଲାଣ ସହିତ ଯୋଡା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.