Below header

୮୦ବର୍ଷ ବୟସରେ ବି କରୁଛନ୍ତି ଯୁବକଙ୍କ ଭଳି ପରିଶ୍ରମ, ପ୍ରାୟ ୩୦ବର୍ଷ ହେଲା କରିନାହାନ୍ତି ଅନ୍ନ ସ୍ପର୍ଶ

ଆଠଗଡ଼: ବୟସ ୮୦ ବର୍ଷରୁ ଅଧିକ । ହେଲେ ଯୁବକଙ୍କ ଭଳି ପରିଶ୍ରମ । ତାହା ପୁଣି ବିନା ଅନ୍ନ ସ୍ପର୍ଶରେ । ଯାହାକି ଆଜିର ଯୁବପିଢୀଙ୍କ ପାଇଁ ଉଦାହରଣ । ଆଠଗଡ଼ ମାଳବିହାରପୁର ଗାଁର ବାସୁଦେବ ସାହୁ । ଆଶ୍ଚର୍ଯ୍ୟର କଥା ବାସୁଦେବ ପ୍ରାୟ ୩୦ବର୍ଷ ହେଲା ଅନ୍ନ ସ୍ପର୍ଶ କରିନାହାନ୍ତି । କେବଳ ଚୁଡା, ମୁଢି, ଚା, ଉପମା ଆଦି ଖାଇ ଜୀବନ ବିତାଉଛନ୍ତି । ଆଖିକୁ ଟିକେ କମ୍‌ ଦିଶୁଥିଲେ ମଧ୍ୟ କରୁଛନ୍ତି କଠିନରୁ କଠିନ ପରିଶ୍ରମ । ବାସୁଦେବ ନିଜ ଘରେ ଭେଣ୍ଡି, ବାଇଗଣ, କଲରା, କାକୁଡି, କୋବି, କଦଳୀ, ସପୁରୀ ଭଳି ଅନେକ ପନିପରିବା ଚାଷ କରିଛନ୍ତି । ଦୁନିଆରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ଠାରୁ ନିଆରା । ଏମିତି ମଣିଷ କାଁ ଭାଁ ଦେଖଇବାକୁ ମିଳୁଥିବା ବେଳେ ଏହା ଆଗାମୀ ଯୁପପିଢୀଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.