ହଷ୍ଟେଲରେ ରହି ସନ୍ତାନ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ଅଭିଯୋଗ ପରେ ଜଣେ ଅଟକ

କେନ୍ଦୁଝର (କେନ୍ୟୁଜ): ନବମ ଶ୍ରେଣୀ ଛାତ୍ରୀଙ୍କ କନ୍ୟା ସନ୍ତାନ ପ୍ରସବ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ବ୍ଲକ ଏକ ଜନଜାତି ଆବାସିକ ବିଦ୍ୟାଳୟର ଛାତ୍ରୀ ବୋଲି ସୂଚନା ମିଳିଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି ।

ଖବର ଅନୁଯାୟୀ ଏକ ଆବାସିକ ବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିବା ଜଣେ ଛାତ୍ରୀ ଗତ ୨୫ ତାରିଖ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଏକ କନ୍ୟା ସନ୍ତାନ ଜନ୍ମ କରିଛନ୍ତି । କନ୍ୟା ସନ୍ତାନର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏସଏନସିୟୁ ରେ ରଖାଯାଇଛି । ତେବେ ଛାତ୍ରୀ ନିବାସରେ ରହୁଥିବା ଜଣେ ଛାତ୍ରୀ ଗର୍ଭବତୀ ହୋଇ ପ୍ରସବ ପର୍ଯ୍ୟନ୍ତ କିପରି କଥା ଗଲା ବିଦ୍ୟାଳୟ କତ୍ତୃପକ୍ଷ ଜାଣି ପାରିଲେ ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ କେନ୍ଦୁଝର ଟାଉନ ଥାନାରେ ଏକ ମାମଲା ରୁଜୁ ହେବାପରେ ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟ ପଟରେ କେନ୍ଦୁଝର ସିଡିଏମଓ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ମଧ୍ୟ ଶିଶୁ ର ଅବସ୍ଥା ଭଲ ନଥିବା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.