ଦାରିଙ୍ଗବାଡ଼ି: ଚଳନ୍ତା ଅଟୋ ଉପରେ ପଡ଼ିଲା ପାଇନ ଗଛ, ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗବାଡ଼ି ଥାନା ଡୁଲୁରୀ,କିଲାବାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର। । ଚଳନ୍ତା ଅଟୋରେ ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ପ୍ଳିହେରୀ ପଞ୍ଚାୟତର ୩ ନମ୍ବର ୱାର୍ଡ ସଭ୍ୟା ସାବନ୍ତୀ ପ୍ରଧାନ। ଆଉ ଗୁରୁତର ବ୍ୟକ୍ତି ହେଲେ ପ୍ରଦୀପ ପ୍ରଧାନ। ପ୍ରଦୀପଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ସାବନ୍ତୀ ଦାରିଙ୍ଗବାଡ଼ି ବହୁମୁଖୀ ସମବାୟ ସମିତିରୁ ସାଧାରଣ ବଣ୍ଟନ ଟଙ୍କିକିଆ ଚାଉଳ ନେଇ ଅଟୋରେ ଘରକୁ ଫେରୁଥିଲେ। ସେହି ଅଟୋରେ ପ୍ରଦୀପଙ୍କ ସହ ଅନ୍ୟ ତିନି ଜଣ ଲୋକ ବସିଥିଲେ। ତେବେ ପୂର୍ତ୍ତ ବିଭାଗର ଡୁଲୁରୀ ପାଇନ୍‌ ବଣ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ଶୁଖିଲା ପାଇନ୍‌ ଗଛ ଉପୁଡିଯାଇ ଅଟୋ ଉପରେ ପଡ଼ିଯାଇଥିଲା। ଫଳରେ ସେଥିରେ ଚାପି ହୋଇ ସାବନ୍ତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି। ପରେ ଅଗ୍ନିଶମ ବିଭାଗ ପହଁଚି ଗଛଟିକୁ କାଟି ରାସ୍ତାରୁ  ସଫା କରିଛି ।  ପ୍ଲୀହେରି ଗ୍ରାମର କାଣ୍ଡାସା ପ୍ରଧାନଙ୍କ ପତ୍ନୀ ସାବନ୍ତି ପ୍ରଧାନ ତାଙ୍କର ତିନୋଟି ଝିଆ ଥିବା ବେଳେ ଗୋଟିଏ ପୁଅ ରହିଛ କ୍ଷତି ପୁରାଣ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.