ଭଂଜନଗର : ଜଙ୍ଗଲରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍
ଭଂଜନଗର : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଯମୁନା ଗାଁ ନିକଟ ସିଦ୍ଧେଶ୍ୱରୀ ଜଙ୍ଗଲରୁ ମିଳିଛି ବୋମା ଭର୍ତ୍ତି ବ୍ୟାଗ୍ । ଏହାକୁ .ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । .ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଯମୁନା ଗାଁ ନିକଟ ସିଦ୍ଧେଶ୍ୱରୀ ଜଙ୍ଗଲରେ ନଜରକୁ ଆସିଛି ଏଭଳି ଘଟଣା । ସିଦ୍ଧେଶ୍ୱରୀ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଜଙ୍ଗଲ ରେ ନିଆଁ ଲିଭାଉଥିଲେ । ଏହି ସମୟରେ ଗୋଟିଏ ଗଛରେ ବ୍ୟାଗଟିଏ ଝୁଲୁଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ନଜରକୁ ଆସିଥିଲା ।
ଗଛରେ ବ୍ୟାଗଟିଏ ଝୁଲୁଥିବାର ଦେଖି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଫଳରେ ତନଖି କରିବାରୁ ବ୍ୟାଗ ଭିତରେ ଗୋଟିଏ ବାଲ୍ଟି ରେ ୪ ଟି ଜୀବନ୍ତ ବୋମା ଥିବାର ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାକୁ ଉଧାର କରି ତଦନ୍ତ ଚଳାଇଥିବା ଜଣାଯାଇଛି ।