Below header

ଦିନେ ପରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ପାଇଁ ବ୍ୟାପକ ଆୟୋଜନ

ପୁରୀ(କେନ୍ୟୁଜ୍): ଦିନେ ପରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଶଙ୍ଖନାଦରେ କମ୍ପିବ ଶଙ୍ଖକ୍ଷେତ୍ର । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨୬ ତାରିଖରେ ୨୫ ପୂରି ୨୬ ବର୍ଷରେ ପାଦ ଦେବ ବିଜେଡି । ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ବ୍ୟାପକ ଆୟୋଜନ କରାଯାଉଛି । ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ ହେବେ ପ୍ରାୟ ୫୦ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା । ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ୨୪ ପାଇଁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହା ସହ ପ୍ରତିଷ୍ଠା ଦିବସରେ ପୁରୀରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତି ମଧ୍ୟ ପ୍ରଦର୍ଶନ କରିବ । ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିଲା ବିଜେଡି । ୧୯୯୮ରେ ବିଜେପି-ବିଜେଡି ମେଣ୍ଟ କରିଥିଲେ । ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲା ବିଜେଡି । ୨୦୦୦ରେ ବିଜେପିରୁ ଅଲଗା ହୋଇଥିଲା । ମେଣ୍ଟ ସମ୍ପର୍କ କାଟି ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା ବିଜେଡି । ୨୦୦୦ ମସିହାରୁ ଆଜି ଯାଏ ଲଗାତାର ଜିତି ଆସିଛି ଦଳ ।

ଗୁଜରାଟ ପରେ ଦେଶରେ ବିଜେଡି ଦ୍ୱିତୀୟ ଦଳ ଭାବରେ ଲଗାତାର ସରକାରରେ ଅଛି । ଗୁଜରାଟରେ ସପ୍ତମ ଥର ସରକାର କରିଛି ବିଜେପି । କିନ୍ତୁ ସେଠାରେ ନେତୃତ୍ୱ ପରିବର୍ତ୍ତନ ହୋଇଛି । କିନ୍ତୁ ଓଡ଼ିଶାରେ ନବୀନଙ୍କ ନେତୃତ୍ୱରେ ଲଗାତାର ୫ ଥର ସରକାର ଗଢ଼ିଛି ବିଜେଡି । ସେହିପରି ୨୦୧୯ ବିଧାନସଭା ନିର୍ବାଚନ ପରେ ୭ଟି ଉପନିର୍ବାଚନରୁ ବିଜେଡି ଜିତିଛି ୬ଟି । ଏବେ ୨୦୨୪ ପାଇଁ ବ୍ଲପ୍ରିଣ୍ଟ କରିଛି ଦଳ । ପୁରୀରୁ ୨୪ ଲଢ଼ଇ ପାଇଁ ଭିତ୍ତିଭୂମି ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.