ଆମେରିକାରେ ପ୍ରବଳ ତୁଷାରପାତ: ଏକ ମିଲିୟନରୁ ଅଧିକ ଲୋକ ଅନ୍ଧାରରେ, ୫୦୦୦ ବିମାନ ରଦ୍ଦ

ଆମେରିକାରେ ବୋମା ସାଇକ୍ଲୋନ ବା ଶୀତକାଳୀନ ତୋଫାନ୍ ଯୋଗୁଁ ବିଜୁଳି ସରବରାହରେ ବନ୍ଦ ରହିଛି । ବୋମା ସ୍ଲାଇକୋନ୍‌ ବିନାଶ ହେତୁ ଏକ ମିଲିୟନରୁ ଅଧିକ ଆମେରିକୀୟ ଘରେ ବିଦ୍ୟୁତ୍ ନାହିଁ । ଅଧିକାଂଶ ଲୋକ ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଥିଲେ। ଶୀତଦିନେ ବୋମା ସାଇକ୍ଲୋନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି। ୫୦୦୦ ରୁ ଅଧିକ ବିମାନକୁ ବାତିଲ କରିବାକୁ ପଡିଛି । ବିମାନ ଅବତରଣ କରିପାରୁନାହିଁ । ଖ୍ରୀଷ୍ଟମାସ ଅବସରରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସମସ୍ୟା ବଢିଯାଇଛି ।

ଖବର ମୁତାବକ, ୨୦ କୋଟିରୁ ଅଧିକ ଲୋକ ଏହି ବରଫଝଡରେ ପ୍ରଭାବିତ ହୋଇଛନ୍ତି । କାରଣ ବରଫ ପବନ ତାପମାତ୍ରା -୪୮ ସେଲସିୟସକୁ ହ୍ରାସ କରିଛି । ଟେକ୍ସାସରେ, ମେକ୍ସିକୋରୁ ଆସିଥିବା ପ୍ରବାସୀମାନେ ଚର୍ଚ୍ଚ, ବିଦ୍ୟାଳୟ ଏବଂ ନାଗରିକ କେନ୍ଦ୍ରରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିଲେ। ଏମାନଙ୍କୁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ କୋଟ, କ୍ୟାପ୍, ଗ୍ଲୋବ୍ସ, ଥର୍ମାଲ୍ ଅଣ୍ଡରୱେର୍, କମ୍ବଳ ଏବଂ ଶୋଇବା ବ୍ୟାଗ୍ ଇତ୍ୟାଦି ଜିନିଷ ବଣ୍ଟନ କରୁଥିବାର ଖବର ମିଳିଛି ।

ଟରୋଣ୍ଟୋରେ ଥିବା ପାଣିପାଗ ବିଜ୍ଞାନୀ କେଲସି ମ୍ୟାକେୱେନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏରି ହ୍ରଦରେ ୨୬ ଫୁଟ ପର୍ଯ୍ୟନ୍ତ ତରଙ୍ଗ ଉଠିଛି। ଓହିଓର ଫେୟାରପୋର୍ଟ ହାରବର୍ରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହୁଥିବାର ଖବର ମିଳିଛି ।
ଉତ୍ତର ଏବଂ ଦକ୍ଷିଣ ଡାକୋଟା, ଓକ୍ଲାହୋମା, ଆଇଓୱା ଏବଂ ଅନ୍ୟାନ୍ୟ ସ୍ଥାନରେ ଭୀଷଣ ପବନ ସହିତ ତୁଷାରପାତ ହେବା ଯୋଗୁଁ ରାସ୍ତାଘାଟ ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ପରିବହନ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.