Below header

ପାଣି ଟାଙ୍କିରୁ ୮ ମାସର ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଯା’ ଓ ଶାଶୁ ମରିଦେଇଥିବା ଅଭିଯୋଗ ଆଣିଲେ ମା

ଚାନ୍ଦବାଲି(କେନ୍ୟୁଜ୍):  ୮ ମାସର ଶିଶୁକନ୍ୟାକୁ ମା’ ଘରେ ଶୁଆଇ ବାହାରକୁ ଆସିଥିଲା। ହେଲେ ଛାତ ଉପର ପାଣି ଟାଙ୍କିରୁ ମୃତ ଦେହ ମିଳିଲା। ଯା’ ଆଉ ଶାଶୁ ମୋ ଝିଅକୁ ମାରିଦେଇ ଟାଙ୍କିରେ ପକାଇଛନ୍ତି। ଏମିତି ଅଭିଯୋଗ କରିଛନ୍ତି ମୃତ ଝିଅର ମାଆ । ଏମିତି ଅଭାବନାୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମୃଗନୟନି ଗାଁରେ। ଆଜି ସକାଳେ ମୃତ ଝିଅର ମା ମିତାରାଣୀ ରାଉତ ୮ମାସର ଶିଶୁ କନ୍ୟାକୁ ଘରେ ଶୁଆଇ ବାସନ ମାଜିବାକୁ ବାହାରକୁ ଯାଇଥିଲା। ହେଲେ ଆସି ଦେଖେତ ଝିଅ ନାହିଁ। ଆଉ ଖୋଜୁ ଖୋଜୁ  ଛାତ ଉପରେ ଥିବା ପାଣି ଟାଙ୍କିରୁ ଶିଶୁ କନ୍ୟାର ମୃତ ଦେହ ମିଳିଥିଲା । ମୃତ ଦେହକୁ ଦେଖିବାପରେ ତୁରନ୍ତ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

chandbali

ମିତାରାଣୀଙ୍କ ବାପା ଭାଇ ଅଭିଯୋଗ କରିଛନ୍ତି  ମିତାଙ୍କ କହିବା ଅନୁଯାୟୀ ଝିଅକୁ ତା ଶାଶୁ ଓ ଯା’ ଝିଅକୁ ମାରି ପାଣିଟାଙ୍କିରେ ପକାଇଦେଇଛନ୍ତି। ନଚେତ  ୮ ମାସର ଛୁଆ ଛାତ ଉପରକୁ ଚଢ଼ିଲା କେମିତି ? ବୋଲି ପ୍ରଶ୍ନ କରିଛନ୍ତି।  ପୂର୍ବରୁ ମଧ୍ୟ ମିତାରାଣୀଙ୍କୁ ତାଙ୍କ ପରିବାର ଲୋକେ ନାନାଦି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଚାନ୍ଦବାଲି ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ପାଇ ମିତାରାଣୀଙ୍କ ବାପଘର ଗାଁ ଲୋକେ ମିତାରାଣୀର ଯା’ ଓ ଶାଶୁକୁ ଅଟକ ରଖିଛନ୍ତି। ପୋଲିସ୍ ମିତାରାଣୀର ଶାଶୁକୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.