ଚଳନ୍ତା ମାଲ୍ବାହୀ ଟ୍ରେନରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଭଦ୍ରକ (କେନ୍ୟୁଜ): ଚଳନ୍ତା ମାଲବାହୀ ଟ୍ରେନରେ ନିଆଁ। ମାଲବାହୀ କୋଇଲା ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିଥିବା ସନ୍ଦେହ। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ ଏକ କୋଇଲା ଟ୍ରେନ ଯାଉଥିବା ବେଳେ କିଛି ୱାଗନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପାରାଦୀପରୁ ଟ୍ରେନ କୋଇଲା ନେଇ ଆସୁଥିବା ବେଳେ ମଞ୍ଜୁରୀରୋଡ଼ ଷ୍ଟେସନରେ ଟ୍ରେନରୁ ଧୂଆଁ ଦେଖାଯାଇଥିଲା।
ତେବେ ସେଠାରେ ପାୱାର କଟ୍ କିମ୍ବା ନିଆଁ କୁ ଆୟତ୍ତ କରିବା ପାଇଁ ପାଣିର ସୁବିଧା ନଥିଲା। ତେଣୁ ଟ୍ରେନକୁ କେନ୍ଦୁଆପଦା ଷ୍ଟେସନକୁ ଅଣାଯିବା ପରେ ପାୱାର ସଂଯୋଗ ବିଚ୍ଛିନ୍ନ କରାଯାଇ ନିଆଁ ଲିଭା ଜାରି ରହିଛି। ଅଗ୍ନିଶମ ବାହିନୀର ଭଣ୍ଡାରିପୋଖରୀ ଓ ଧାମନଗରର ଦୁଇଟି ଗାଡି ନିଆଁ କୁ ଆୟତ୍ତ କରୁଛି । ଅଳ୍ପ ସମୟ ମଧ୍ୟରେ ନିଆଁ ଆୟତ୍ତ ହେବ ବୋଲି କହିଛନ୍ତି ଭଣ୍ଡାରୀପୋଖରୀ ଅଗ୍ନିଶମ ଅଧିକାରୀ।