ନୂଆ ବର୍ଷରେ ସାମସଙ୍ଗ ଲଞ୍ଚ କରିବ ଏହି ଶସ୍ତା ସ୍ମାର୍ଟ ଫୋନ୍‌, ଜାଣନ୍ତୁ ନାମ ଓ ଫିଚର୍ସ

ନୂଆଦିଲ୍ଲୀ : ସାମସଙ୍ଗ ନୂଆ ବର୍ଷ ୨୦୨୩ ରେ କେତେକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଭାରତରେ ଏବେ ଏକ ନୂଆ ସ୍ମାର୍ଟଫୋନ୍‌ ର ବଜାର ପ୍ରବେଶ କରିବ ସାମସଙ୍ଗ । ଏହି ଫୋନ୍‌ ନୂଆବର୍ଷର ପ୍ରଥମ ସପ୍ତାହରେ ଲଞ୍ଚ ହେବ ।

କେଉଁ ଫୋନ୍‌ ହେବ ଲଞ୍ଚ

ଦକ୍ଷିଣ କୋରିଆ କମ୍ପାନୀ ଏବେ ଭାରତରେ Samsung Galaxy F04 ଲଞ୍ଚ କରିବ । କମ୍ପାନୀ ଏହି ଫୋନର କୁ ଏକ ଏଣ୍ଟ୍ରି ଲେବେଲ ସ୍ମାର୍ଟଫୋନ୍‌ ଭାବେ ଲଞ୍ଚ କରିବ । ଯେଉଁ କାରଣରୁ ଏହି ଫୋନ୍‌ ର ମୂଲ୍ୟ ୧୦ ହଜାର ଟଙ୍କାରୁ ବି କମ ହୋଇପାରେ । ସାମସଙ୍ଗ ଏଫ୍‌ ସିରିଜର ସବୁ ସ୍ମାର୍ଟଫୋନ୍‌ ବିକ୍ରି ପାଇଁ ଫ୍ଲିପକାର୍ଟ ଉପରେ ଉପଲବ୍ଧ ହୋଇଥାଏ ।

Samsung Galaxy F04 ର ସମ୍ଭାବିତ ଫିଚର୍ସ

ସାମସଙ୍ଗ ର ଏହି ଫୋନରେ ୬.୫ ଇଞ୍ଚର ସ୍କ୍ରିନରେ ଏଚଡି ଡିସପ୍ଲେ ମିଳିଥାଏ । ଫୋନରେ ଓ୍ଵାଟର ଡ୍ରପ୍‌ ଡିସପ୍ଲେ ମିଳିପାରିବ । କମ୍ପାନୀ ଏଥିରେ 60 Hz ରିଫ୍ରେସ ରେଟ ଦେଇପାରେ । ଏହି ଫୋନରେ ମିଡିଆଟେକ୍‌ ହେଲିୟୋ P35 ପ୍ରୋସେସର ମିଳିପାରେ । କମ୍ପାନୀ ଏହି ଫୋନରେ ୩ GB ର‍୍ୟାମ୍‌ ୩୨ GB ର ଇଣ୍ଟରନାଲ ଷ୍ଟୋରେଜ ମିଳିପାରେ । ସିରିଜ ହେବ ଲଞ୍ଚ
ଏଥିରେ ୧୩ MP ଏମପି ମେନ୍‌ କ୍ୟାମେରା ଓ ୨ MP ର ଦ୍ୱିତୀୟ ଡେପଥ କ୍ୟାମେରା ମିଳିପାରେ । ସେଲଫି ଓ ଭିଡିଓ କଲ୍‌ ପାଇଁ ୫ MP ଫ୍ରଣ୍ଟ କ୍ୟାମେରା ମିଳିପାରେ । ଏହାଛଡ। ଏଥିରେ ୫୦୦୦ mAh ବ୍ୟାଟେରୀ ମିଳିପାରେ । ଏଥିପାଇଁ 10 W ଚାର୍ଜିଂ ଫିଚର ମିଳିପାରେ ।

Samsung S23 ସିରିଜ ହେବ ଲଞ୍ଚ

ନୂଆ ବର୍ଷରେ ସାମସଙ୍ଗ ତାର ଫ୍ଲାଗସିପ Galaxy S23 ସିରିଜ ଖୁବ ଶୀଘ୍ର ଲଞ୍ଚ କରିବ । କମ୍ପାନୀ ଏହି ସିରିଜରେ Galaxy S23, Galaxy S23+ ଓ Galaxy S23 Ultra ଭଳି ୩ ଟି ମଡେଲ ଲଞ୍ଚ କରିବ । ସାମସଙ୍ଗ ତାର ଏହି ୩ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮ ଜେନ ୨ ପ୍ରୋସେସର ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.