Below header

କାର୍‌ ଦୁର୍ଘଟଣାରେ ଆହତ ରିଷଭ୍‌ ପନ୍ତ୍‌ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟ୍‌; ସକାଳେ ଆଖି ବୁଜିଥିଲେ ପିଏମ୍‌ଙ୍କ ମା’ ହୀରାବେନ୍‌

କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍‌ ମୋଦି ରିଷଭ୍‌ ପନ୍ତଙ୍କ ସୁସ୍ଥ ଜୀବନ କାମନା କରି ଟ୍ଵିଟ୍‌ କରିଛନ୍ତି। ସେ ଟ୍ଵିଟ୍‌ରେ ଲେଖିଛନ୍ତି, ‘କ୍ରିକେଟର ରିଷଭ୍‌ ପନ୍ତଙ୍କ ଦୁର୍ଘଟଣାର ଖବର ଶୁଣି ମୁଁ ଦୁଃଖିତ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି’।

ସୂଚନାଥାଉ କି, ପିଏମ୍‌ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କର ଆଜି ସକାଳେ ନିଧନ ହୋଇଛି, ଯାହା ପରେ ମୋଦି ଅନ୍ତିମ ସଂସ୍କାର ପାଇଁ ଗୁଜରାଟ ଯାଇଥିଲେ ଏବଂ ସେଠାରେ ସଂସ୍କାର ନୀତି ପୂରା କରି ଦିଲ୍ଲୀ ଫେରିଥିଲେ।

ସେପଟେ କ୍ରିକେଟର ରିଷଭ୍‌ ପନ୍ତଙ୍କ କାର୍‌ ଶୁକ୍ରବାର ସକାଳେ ଦୁର୍ଘଟଣାର ଶିକାର ହୋଇଥିଲା। ଦିଲ୍ଲୀରୁ ନିଜ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରୁର୍‌କିରେ ରିଷଭ୍‌ ପନ୍ତଙ୍କ ଘର। ଯେତେବେଳେ ତାଙ୍କ କାର୍‌ ନାରସନରେ ପହଞ୍ଚିଥିଲା, ତ କାର୍‌ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଏହାପରେ ଗାଡ଼ିରେ ନିଆଁ ଲାଗିଯିବାରୁ ତାହା ଜଳି ପାଉଁଶ ହୋଇଯାଇଥିଲା।

ଗମ୍ଭୀର ରୂପେ ଆହତ ରିଷଭ୍‌ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ସ୍ଥିତ ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ରେଫର କରାଯାଇଥିଲା। ଏଠାରେ ତାଙ୍କର ପ୍ଲାଷ୍ଟିକ୍‌ ସର୍ଜରୀ ହେବ। ଡାକ୍ତରଙ୍କ ମୁତାବକ, ରିଷଭ୍‌ ପନ୍ତଙ୍କ ମୁଣ୍ଡ, ଗୋଡ଼ ଓ ପିଠିରେ ଗଭୀର ଆଘାତ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.