ଶୁକ୍ରବାର ରାତିରେ କରନ୍ତୁ ଏହି ବଢ଼ିଆ ଉପାୟ, ଭଗବାନ ବିଷ୍ଣୁଙ୍କ କୃପାରୁ ଧନ ଲାଭ ସହ ଦୂର ହେବ ସବୁ ସଙ୍କଟ

ହିନ୍ଦୁ ଧର୍ମର ପରମ୍ପରା ଅନ୍ୟ ସମସ୍ତଙ୍କଠୁ ରହିଥାଏ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ୩୩ କୋଟି ଦେବଦେବୀଙ୍କୁ ପୂଜା କରନ୍ତି ପ୍ରତ୍ୟେକ ହିନ୍ଦୁ। ବିିଭିନ୍ନ ଦେବଦେବୀଙ୍କୁ ନେଇ ଲୋକଙ୍କର ରହିଥାଏ ଭିନ୍ନ ବିଶ୍ୱାସ। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବାଦେବୀଙ୍କୁ ସମପିର୍ତ କରାଯାଇଛି। ଆଜି ହେଉଛି ଶୁକ୍ରବାର। ଶୁକ୍ରଦେବଙ୍କ ଦିନ। ଏହାସହ ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କ ଦିନ। ପୌରାଣିକ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀଙ୍କ କୃପାରେ ବ୍ୟକ୍ତିର ଜୀବନରେ କୌଣସି ପ୍ରକାରର ସମସ୍ୟା ଆସେ ନାହିଁ। ଏହିଦିନ ବିଧି ବିଧାନ ଦ୍ୱାରା କିଛି ନିୟମ ପାଳନ କଲେ ଧନଦେବୀଙ୍କର ଆଶିର୍ବାଦ ବର୍ଷିଥାଏ।

ତେବେ ଦିନର ବିଭିନ୍ନ ସମୟରେ ପୂଜା କରିବାର ଭିନ୍ନ ନିୟମ ରହିଛି। କିନ୍ତୁ ଆଜି ଆମେ ଯେଉଁ ଉପାୟ କହିବୁ ତାକୁ ଆପଣ ଶୁକ୍ରବାର ରାତିରେ ଗୋପନ ଭାବେ କଲେ ସଫଳତା ନିଶ୍ଚୟ ପାଇବେ। ଘରେ ଆପଣଙ୍କର ଧନର ଅଭାବ ରହିବ ନାହିଁ। ମନେ ରଖନ୍ତୁ ଆପଣ ଏହି ଉପାୟକୁ ଗୁପ୍ତ ଭାବେ ଯେମିତି କରିବେ।

-ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଦିନ କୈାଣସି ନା କୌଣସି ଭଗବାନଙ୍କୁ ସମର୍ପିତ କରଯାଇଛି। ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରା ଯାଏ। ଏହି ଦିନ ରାତିରେ ମାତା ଅଷ୍ଟ ଲକ୍ଷ୍ମୀଙ୍କ ସ୍ୱରୁପକୁ ପୂଜା କରନ୍ତୁ। ଏହା ବହୁତ ଶୁଭ ମନାଯାଏ। ଏହିଦିନ ମାତାଙ୍କ ସାମ୍ନାରେ ଅଗରବତୀ ଜଳାନ୍ତୁ। ଗୋଲାପ ଫୁଲ ଅର୍ପଣ କରନ୍ତୁ। କୁୂହାଯାଏ ଯେ ମାତା ଅଷ୍ଟ ଲକ୍ଷ୍ମୀଙ୍କୁ ନାଲି ଫୁଲ ବେଶି ପସନ୍ଦ। ତେଣୁ ଆପଣ ଏହାର ଏକ ମାଳା ବି ଅର୍ପଣ କରିପାରିବେ।

-ଯଦି ଆପଣ କୌଣସି ଆର୍ଥିକ ଅଭାବ ଦେଇ ଗତି କରୁୁଛନ୍ତି ତେବେ ଶୁକ୍ରବାର ରାତିରେ ଅଷ୍ଟ ଲକ୍ଷ୍ମୀଙ୍କ ମନ୍ତ୍ରକୁ ଜପ କରନ୍ତୁ ।ଏହାକୁ ନିର୍ଭୁଲ ଭାବେ ପୂର୍ଣ୍ଣ ୧୦୮ ଥର ଜପ କରନ୍ତୁ। ଏମିତି କଲେ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂରେଇ ଯିବ।

– ଶୁୁକ୍ରବାର ରାତିରେ ଗୋଲାପ ରଙ୍ଗର କପଡ଼ା ରେ ଶ୍ରୀଯନ୍ତ୍ର ଓ ଅଷ୍ଟଲକ୍ଷ୍ମୀଙ୍କ ଫଟୋକୁ ସ୍ଥାପନା କରନ୍ତୁ। ଏହାକୁ ଗୁପ୍ତ ଭାବେ କଲେ ବ୍ୟାପାର ତଥା କ୍ୟାରିଅରରେ ଉନ୍ନତି ମିଳିବ।

-ଏହିଦିନ ଆପଣ ଭଗବାନ ବିଷ୍ଣୁଙ୍କ ପୂଜା ମଧ୍ୟ କରିପାରିବେ। ଶୁକ୍ରବାର ରାତିରେ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭରି ତାକୁ ଭଗବାନ ଶ୍ରୀ ବିଷ୍ଣୁଙ୍କ ଉପରେ ଅଭିଷେକ କରନ୍ତୁ। ଏମିତିରେ ବ୍ୟକ୍ତି ର ଆର୍ଥିକ ସମସ୍ୟା ସମାପ୍ତ ହୋଇଯିବ। ଏହାସହ ଧନ ଲାଭ ହେବ।

– ଆପଣ ଏହିଦିନ ଅଷ୍ଟ ଗନ୍ଧରେ ଶ୍ରୀଯନ୍ତ୍ର ଓ ଅଷ୍ଟଲକ୍ଷ୍ମୀଙ୍କୁ ତିଳକ ଲଗାଇପାରିବେ। ଏମିତିରେ ଜୀବନରେ ଖୁସି ଭରିଯିବ। କୌଣସି ବି ସଙ୍କଟ ଆପଣଙ୍କ ଜୀବନକୁ ଆସିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.