ସନ୍ଧ୍ୟା ସମୟରେ ଟିଫିନ ପାଇଁ ବନାନ୍ତୁ ପାଳଙ୍ଗ -ଆଳୁ ଟିକ୍କୀ, ଜାଣନ୍ତୁ ପ୍ରସ୍ତୁତି ତରିକା

ସନ୍ଧ୍ୟା ସମୟରେ କ’ଣ ଖାଇବେ ଏହାକୁ ନେଇ ପ୍ରତିଦିନ ଚିନ୍ତା ଥାଏ । ପିଲାଙ୍କ ମନକୁ ପାଇଲା ଭଳି ଚଟପଟା ଖାଦ୍ୟ ମଧ୍ୟ ଜରୁରୀ ହୋଇଥାଏ । ଆଜି ଆସନ୍ତୁ ପ୍ରସ୍ତୁତ କରିବା ସବୁଠୁ ସହଜ ପାଳଙ୍ଗ ଆଳୁ ଟିକ୍କୀ,ଯାହା ଖାଇବାକୁ ମଧ୍ୟ ବହୁତ ଟେଷ୍ଟୀ ।

ଆବଶ୍ୟକୀୟ ସାମଗ୍ରୀ (୪ ଜଣଙ୍କ ପାଇଁ ) :

୫୦୦ ଗ୍ରାମ ପାଳଙ୍ଗ ଶାଗ, କଟାଯାଇଥିବା ପିଆଜ, ୧ ଚାମଚ ଅଦା ରସୁଣ ପେଷ୍ଟ, ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର, ୧ ଚାମଚ ଗରମ ମସଲା ପାଉଡର, ୧ ଚୁଟକୀ ହଳଦୀ ପାଉଡର, ୩/୪ ଟି ସିଝା ଆଳୁ, ୩ ଚାମଚ ସୋରିଷ ତେଲ, ସ୍ୱାଦ ଅନୁସାରେ ଲୁଣ,

ପ୍ରସ୍ତୁତି ବିଧି

– ସର୍ବ ପ୍ରଥମେ ପିଆଜ ଓ ଅଦା-ରସୁଣ ପେଷ୍ଟ କରନ୍ତୁ ।

– ପାଳଙ୍ଗକୁ ସିଝାଇ ଦିଅନ୍ତୁ ।

– ଏହା ଥଣ୍ଡା ହୋଇଗଲେ ମସଲାଯୁକ୍ତ ସିଝା ଆଳୁ ଓ ବେସନ ମିଶାନ୍ତୁ ।

– ମିଶ୍ରଣରେ ଲୁଣ, ମସଲା, ପିଆଜ, ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ ।

– ଏହି ମିଶ୍ରଣରେ ଲେମ୍ବୁ ରସ ମଧ୍ୟ ମିଶାନ୍ତୁ ।

– ଏବେ ଏହାକୁ ଟିକ୍କୀ ବନାଇ ଫ୍ରାଏ କରନ୍ତୁ ।

ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ –ଆଳୁ ଟିକ୍କୀ, ସସ୍‌ ବା ଚଟଣୀ ସହ ଗରମ ଗରମ ପରସନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.