ରାତି ଅଧରେ ଭିଆଇଲେ ଅଗ୍ନିକାଣ୍ଡ, ଜାଳିପୋଡି ପାଉଁଶ କରିଦେଲେ ରୋଜଗାରର ଏକମାତ୍ର ମାଧ୍ୟମ

ଭୋର ସମୟରେ ତାଙ୍କ ଗାଡିଟି ହୁତୁ ହୁତୁ ହୋଇ ଜଳୁଥିବା ଘର ଲୋକ ଦେଖିବାକୁ ପାଇଥିଲେ । ଅଟୋଟି ଏତେ ଜୋର ଜଳୁଥିଲା ଯେ ଏହା ଘରେ ଲାଗିଯିବାର ସମ୍ଭାବନା ଥିଲା । ତେଣୁ ପାଖ ପଡ଼ୋଶୀ ଓ ଗାଁଲୋକଙ୍କୁ ପରିବାର ଲୋକେ ଡାକିଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ।

ସାଲେପୁର  (କେନ୍ୟୁଜ): ଘର ସାମ୍ନାରେ ଜାଲିଦେଲେ ଅଟୋ । ରୋଜଗାରର ଏକମାତ୍ର ମାଧ୍ୟମ କ୍ଷଣିକରେ ଜାଳିପୋଡି ପାଉଁଶ ହୋଇଗଲା । ଏଭଳି ଘଟଣା କଟକ ଜିଲ୍ଲା ଭଦରେଶ୍ୱର ଥାନା ରାମକାପୁର ଗାଁରେ ଘଟିଛି । ବିଳମ୍ବିତ ରାତିରେ ଏହି ଗାଁର ସେକ ଅନିସ ଅଲ୍ଲି ତାଙ୍କ ଯାତ୍ରୀବାହୀ ଅଟୋଟିକୁ ନିଜ ଘର ସାମ୍ନାରେ ରଖି ଶୋଇପଡ଼ିଥିଲେ। ହେଲେ ଭୋର ସମୟରେ ତାଙ୍କ ଗାଡିଟି ହୁତୁ ହୁତୁ ହୋଇ ଜଳୁଥିବା ଘର ଲୋକ ଦେଖିବାକୁ ପାଇଥିଲେ । ଅଟୋଟି ଏତେ ଜୋର ଜଳୁଥିଲା ଯେ ଏହା ଘରେ ଲାଗିଯିବାର ସମ୍ଭାବନା ଥିଲା । ତେଣୁ ପାଖ ପଡ଼ୋଶୀ ଓ ଗାଁଲୋକଙ୍କୁ ପରିବାର ଲୋକେ ଡାକିଥିଲେ । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ।
ତେବେ ପାରିବାରିକ ଶତ୍ରୁତାରୁ ସେହି ଗାଁର କିଛି ଯୁବକ ଏଭଳି କାଣ୍ଡ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଭଦରେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଯାହା ବି ହେଉନା କାହିଁକି ଅଟୋଟି ଜଳିଯିବା ପରେ ଘର ଲୋକ ଚିନ୍ତାରେ ଅଛନ୍ତି । ରୋଜଗାରର ଏକ ମାତ୍ର ମାଧ୍ୟମ ଜଳିଯିବା ପରେ ପରିବାର ଲୋକ ଚଳିବେ କେମିତି ସେହି ଚିନ୍ତାରେ ଅଛନ୍ତି । ଏବେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.