Below header

ଗଞ୍ଜାମ: ସମୁଦ୍ର କୂଳରେ ଲାଗିଲା ବିରାଟ ତିମି, ଉଦ୍ଧାର କଲେ ମତ୍ସ୍ୟଜୀବୀ

ଗଞ୍ଜାମ(କେ ନ୍ୟୁଜ):  ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମି କୂଳରେ ଲାଗିଛି ଏକ ବିରାଟ ବ୍ଳୁ ହେ୍‌ୱଲ୍‌ ଶାର୍କ । ଆଜି ଅପରାହ୍ନରେ ଏହି ବିରାଟକାୟ ଶାର୍କ ମାଛଟି ଲାଗିଛି । ମାଛଟି ଜୀବିତ ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ । ମାଛଟିକୁ ଦେଖିବା ପରେ ମତ୍ସ୍ୟଜୀବୀ

ମାନେ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ବନବିଭାଗ ବେଳାଭୂମିରେ ପହଞ୍ଚିଥିଲା । ବନବିଭାଗ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଉଦ୍ୟମରେ କୂଳରେ ଲାଗିଥିବା ମାଛଟି କିଭଳି ସମୁଦ୍ର ମଧ୍ୟକୁ ଯିବ ସେ ନେଇ ଜୋରଶୋର ଉଦ୍ୟମ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.