ଜୟପୁର ଏହି ଜାଗାରେ ୩୫ ବର୍ଷ ତଳେ ଅଭିନେତ୍ରୀ ବିନ୍ଦିଆ କରିଥିଲେ ବିବାହ, ଏବେ ସମାନ ସ୍ଥାନରେ ତାଙ୍କ ଅଭିନେତ୍ରୀ ଝିଅ କରିବେ ବିବାହ

ମୁମ୍ବାଇ : ବଲିଉଡ୍‌ ଅଭନେତ୍ରୀ ବିନ୍ଦିଆ ଗୋସ୍ୱାମୀ ଏବଂ ବର୍ଡ଼ର ଫିଲ୍ମର ଡାଇରେକ୍ଟର ଜେପି ଦତ୍ତାଙ୍କ ଝିଅ ନିଧି ଦତ୍ତା ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ନିଧି ଦତ୍ତା ୭ ମାର୍ଚ୍ଚରେ ଜୟପୁରରେ  ଫିଲ୍ମ ଡାଇରେକ୍ଟର ବିନୟ ଗାନ୍ଧୀଙ୍କୁ ବିବାହ କରିବେ । ତେବେ ନିଧି ଜୟପୁରରେ ଯେଉଁଠି ବିବାହ କରିବାକୁ ଯାଉଛନ୍ତି ସେଠାରେ ତାଙ୍କର ମା’ ଅଭିନେତ୍ରୀ ବିନ୍ଦିଆ ଗୋସ୍ୱାମୀ ୩୫ ବର୍ଷ ତଲେ ବିବାହ କରିଥିଲେ ।

nidhi
photo credit: hindi.asianetnews.com

ନିଧିଙ୍କର ଜଣେ ଭଉଣୀ ଅଛନ୍ତି ଯାହାଙ୍କର ନାମ ସିଦ୍ଧି । କଥାରେ ଅଛି ‘ହିଷ୍ଟ୍ରି ରିପିଟ୍‌ ଇଟ୍‌ସେଲ୍ଫ’। ଯେଉଁ ସ୍ଥାନରେ ନିଧିଙ୍କ ମା’ ବିନ୍ଦିଆଙ୍କୁ ଜେ ପି ଦତ୍ତା ପ୍ରୋପୋଜ କରିଥିଲେ । ଜେ ପି ଦତ୍ତା ଯେଉଁ ସ୍ଥାନରେ ଏବଂ ଯେଉଁ ଗଛ ମୂଳେ ବିବାହ କରିଥିଲେ ସେହି ସମାନ ସ୍ଥାନ ଏବଂ ସମାନ ଗଛ ମୂଳରେ ମଧ୍ୟ ନିଧି ବିବାହ କରିବାକୁ ଯାଉଛନ୍ତି । ନିଧି ଏବଂ ବିନୟଙ୍କର ପ୍ରଥମ ଦେଖା ଏକ ଫିଲ୍ମ ସେଟ୍‌ରେ ହୋଇଥିଲା । ନିଧି କୁହନ୍ତି ଡ୍ୟାଡି-ମମି ଓ ମୋ ବିବାହ ରେ କିଛି ସମାନତା ରହିଛି । କାରଣ ମମି ଓ ଡାଡିଙ୍କ ଭେଟ ‘ସରହଦ’ ଫିଲ୍ମ ସେଟ୍‌ ରୁ ହୋଇଥିଲା । ଆମର ମଧ୍ୟ ଭେଟ ଏକ ଫିଲ୍ମ ସେଟରୁ ହୋଇଛି ।

nidhi
photo credit: hindi.asianetnews.com

ପ୍ରକାଶଯୋଗ୍ୟ ନିଧିଙ୍କ ମା’ ବିନ୍ଦିଆ ଘରୁ ଲୁଚି କରି ପଳାଇ ଯାଇ ୧୯୮୫ ରେ ବିବାହ କରିଥିଲେ । କାରଣ ଡାଇରେକ୍ଟର ଜେପି ଦତ୍ତା ତାଙ୍କ ଠାରୁ ୧୨ ବର୍ଷ ବଡ଼ ଥିବାରୁ ବିନ୍ଦିଆଙ୍କ ପିତା-ମାତା ଏଥିରେ ରାଜି ହୋଇ ନଥିଲେ । ଅଭିନେତ୍ରୀ ବିନ୍ଦିଆ ପୂର୍ବରୁ ଅଭିନେତା ବିନୋଦ ମେହେରାଙ୍କୁ ବିବାହ କରିଥିଲେ । ହେଲେ ତାଙ୍କର ତଲାକ ହୋଇଯାଇଥିଲା । ତଲାକ୍‌ ହେବା ପରେ ସେ ଜେପି ଦତ୍ତାଙ୍କୁ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.