ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରଚାର କରି ଯୁବକ ଗିରଫ

ନବରଙ୍ଗପୁର: ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରଚାର ଗୁଜବ ସୃଷ୍ଟି କରିଥିବା ଅଭିଯୋଗ କରି ଯୁବକ ଗିରଫ । ଯୁବକ ଜଣକ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାର୍ଶୁଣ୍ଡି ଗ୍ରାମର । ସୂଚନା ଅନୁଯାୟୀ ଗତକାଲି ସୋସିଆଲ ମିଡିଆରେ ଏକ ଛେଳି କଟା ହେଉଥିବା ବେଳେ ଛେଳିର ଦେହରେ ଏକ ଚିହ୍ନକୁ ଦେଖାଇ ଏହାକୁ କରୋନା ହେଇଛି ବୋଲି କହି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଏହାପରେ ଯୁବକଙ୍କୁ ଥାନାରେ ପଚରା ଉଚାରା କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜ୍ୟ ସରକାର ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ବିଭିନ୍ନ ସଚେତନ କରୁଥିଲେ ମଧ୍ୟ ଲୋକ ଏବେ ପର୍ଯ୍ୟନ୍ତ ସଚେତନ ହୋଇପାରୁନାହାନ୍ତି । କିଛି ଦିନ ପୂର୍ବରୁ ରାୟଗଡା ରେ ଏପରି କରୋନାକୁ ନେଇ ମିଥ୍ୟା ପ୍ରଚାର କରିବାକୁ ନେଇ ରାୟଗଡା ପୋଲିସ ଗିରଫ କରିଥିବା ବେଳେ ତଥାପି ଲୋକ ସଚେତନ ହେଇ ପାରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.