ପାରିବାରିକ ଝଗଡ଼ା ନେଲା ସ୍ତ୍ରୀର ଜୀବନ, ସ୍ୱାମୀ ଠେଙ୍ଗା ମାଡ଼ରେ ମହିଳା ମୃତ

ଝାରସୁଗୁଡ଼ା (କେନ୍ୟୁଜ୍‌) : ସ୍ୱାମୀ ସ୍ତ୍ରୀ କଳହ ପରେ ରାଗରେ ସ୍ୱାମୀ ଠେଙ୍ଗାରେ ପିଟି ଚାଲିଲା ସ୍ତ୍ରୀକୁ । ଆଉ ସେଇଠି ଟଳି ପଡ଼ିଲା ସ୍ତ୍ରୀ । ମୃତ ମହିଳା ଜଣକ ହେଉଛନ୍ତି ବେଲପାହାଡ ର୍ମିଧାଡେରାର ୫୦ ବର୍ଷ ବୟସ୍କା ସୁରୁବାଲି ଖଡ଼ିଆ । ଅଭିଯୁକ୍ତ ସ୍ୱାମୀ ରମେଶ ଖଡ଼ିଆକୁ ବେଲପାହାଡ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ଘରେ କେହି ନଥିବା ବେଳେ ସ୍ୱାମୀ ରମେଶ ଖଡ଼ିଆ ଓ ସ୍ତ୍ରୀ ସୁରୁବାଲି ଖଡ଼ିଆ ମଧ୍ୟରେ ଝଗଡ଼ା ହୋଇଥିଲା । ସେହି ସମୟରେ ରମେଶ ଉତ୍ତ୍ୟକ୍ତ ହୋଇ ସୁରୁବାଲିଙ୍କ ମୁଣ୍ଡରେ ଠେଙ୍ଗାରେ ପ୍ରହାର କରିଥିଲେ । ଯାହାଫଳରେ ସୁରୁବାଲିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଆଜି ସୁରୁବାଲିଙ୍କ ପୁଅ ଘରକୁ ଆସି ମାଙ୍କ ମୃତଦେହ ଘରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ବେଲପାହାଡ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭଯୁକ୍ତ ସ୍ୱାମୀକୁ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ନେଇ ବେଲପାହାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.