ଆଜିଠାରୁ ଦୁଇ ଦିନ ଘନ କୁହଡ଼ି ସମ୍ଭାବନା, କିଛି ଜିଲ୍ଲାରେ ହେବ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ପୁଣି ପଶ୍ଚିମା ଝଡ଼ ପ୍ରଭାବ। ୯ ଓ ୧୦ ତାରିଖରେ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଆଜିଠାରୁ ଦୁଇ ଦିନ ଘନ କୁହଡ଼ି ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ରହିଛି। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ପଶ୍ଚିମା ଝଡ଼ ପ୍ରଭାବରେ ୯ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

୧୦ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୧୧ ତାରିଖ ବେଳକୁ ପୁଣି ପାଗରେ ପରିବର୍ତ୍ତନ ହେବା ସହ ଶୁଖିଲା ରହିବ। ୮ତାରିଖରେ ରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରା ହାଲୁକା କୁହୁଡ଼ି ଦେଖାଯିବ। ୯ତାରିଖରେ କୁହୁଡ଼ିର ଘନତା ବୃଦ୍ଧି ପାଇବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା କୁହୁଡ଼ି ଦେଖାଯିବ। ସ୍ଥାନେ ସ୍ଥାନେ ଘନକୁହୁଡ଼ିର ସମ୍ଭାବନା ରହିଛି। ୨୪ ଘଣ୍ଟା ପରେ ରାତି ତାପମାତ୍ରାରେ ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧିର ସମ୍ଭାବନା ରହିଛି। ୧୧ ତାରିଖରୁ ତାପମାତ୍ରା ପୁଣି ହ୍ରାସ ପାଇବ ବୋଲି କୁହାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.