ଭୟଙ୍କର ଦୁର୍ଘଟଣାର LIVE ଭିଡିଓ! ରାସ୍ତା ମଝିରେ ଟ୍ରାକ୍ଟରକୁ ଏମିତି ଧକ୍କା ଦେଲା ଟ୍ରକ; ଚାଳକ ସହ ଓଲଟି ପଡ଼ିଲା ଗାଡ଼ି…

ଆପଣ ଚାଲିକି ଯାଆନ୍ତୁ ଅବା ଗାଡ଼ିରେ, ରାସ୍ତାରେ ଯିବା ସମୟରେ ସମସ୍ତଙ୍କୁ ସତର୍କ ରହିବା ଉଚିତ। ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କଲେ, ଆପଣ ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇ ପାରିବେ। ପ୍ରତିଦିନ ଆପଣ ଖବରକାଗଜରେ କେଉଁଠି ନା କେଉଁଠି ଦୁର୍ଘଟଣା ଘଟିଥିବାର ଖବର ପଢ଼ୁଥିବେ। ଗତ ବର୍ଷ ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟରୁ ଜଣା ପଡ଼ିଥିଲା ଯେ ସଡ଼କ ଦୁର୍ଘଟଣାରେ ୧୧ ପ୍ରତିଶତ ମୃତ୍ୟୁ ଭାରତରେ ହିଁ ଘଟିଛି। ଏଥିପାଇଁ ସଚେତନ ରହିବା ଜରୁରୀ, ଖାସ୍ କରି ସେହିମାନେ, ଯେଉଁମାନେ ରାସ୍ତାରେ ବେପରୁଆ ଭାବରେ ଗାଡି ଚଳାଉଛନ୍ତି।

ସଡକ ଦୁର୍ଘଟଣାର ଚକିତ କଲା ଭଳି ଭିଡିଓ ଆସିଲା ସାମ୍ନାକୁ

ସୋସିଆଲ ମିଡିଆରେ ଏମିତି ହିଁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପିକଅପ୍ ଟ୍ରକ୍ ପଛପଟୁ ଆସି ଟ୍ରାକ୍ଟରକୁ ଜୋର୍‌ରେ ଧକ୍କା ଦେଉଛି। ଭିଡିଓ ଦେଖିଲେ ଲାଗୁଛି ଟ୍ରାକ୍ଟର ଡ୍ରାଇଭରଙ୍କର କୌଣସି ଦୋଷ ନାହିଁ। ଭାଇରାଲ୍ ଭିଡିଓରେ ଆପଣ ଦେଖି ପାରିବେ ଯେ ରାସ୍ତାରେ ଟ୍ରାକ୍ଟରଟି ଅଧିକ ବେଗରେ ଯାଉଛି, ଏହି ସମୟରେ ଏକ ଟ୍ରକ୍ ତା’ ପଛରେ ରହିଛି। ଠିକ୍‌ ଏତିକି ବେଳେ ଟ୍ରକ୍‌ ସେହି ଟ୍ରାକ୍ଟରକୁ ଜୋରଦାର ଧକ୍କା ଦେଉଛି। ଏହି ଭିଡିଓ ଅତି ଆଶ୍ଚର୍ଯ୍ୟଜନକ ରହିଛି, କାହିଁକି ନା, ଟ୍ରକ ଡ୍ରାଇଭର ଟ୍ରାକ୍ଟରଟିକୁ ବାମ ପାର୍ଶ୍ୱରୁ ଜୋର୍‌ରେ ଧକ୍କା ଦେବା ଫଳରେ ଗାଡ଼ିଟି ଓଲଟି ପଡ଼ୁଛି।

ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭରଙ୍କ ଅବସ୍ଥା ବିଷୟରେ ଜଣାପଡ଼ି ନାହିଁ। ଯଦିଓ ଦୁର୍ଘଟଣାର ଗମ୍ଭୀରତାରୁ ଜଣାପଡ଼ୁଛି କି, ସେ ଗୁରୁତର ଆହତ ହୋଇଥାଇ ପାରନ୍ତି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ jayesh_jangid_rj04 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୭.୭ ମିଲିୟନ ଭ୍ୟୁଜ୍‌ ମିଳି ସାରିଲାଣି ଏବଂ ୩.୫ ମିଲିୟନରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି। ଭିଡିଓରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଇଛନ୍ତି। ତେବେ ଜଣେ ୟୁଜର ଲେଖିଛନ୍ତି, ‘ବୋଧହୁଏ ବ୍ରେକ୍ ଫେଲ୍‌ ହୋଇ ଯାଇଥିଲା। ସେଥିପାଇଁ ଟ୍ରକ ଡ୍ରାଇଭର ବାରମ୍ବାର ହର୍ନ ମାରୁଥିଲେ’।

 

View this post on Instagram

 

A post shared by Jayesh SuThar (@jayesh_jangid_rj04)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.