Below header

UG ଓ PG ପରୀକ୍ଷା ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ୱର(କେ ନ୍ୟୁଜ):  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ UG ଓ PG ପରୀକ୍ଷା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଭର୍ଚ୍ଚୁଆଲ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେବେ । ଏଥିରେ ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯିବ । ଅନଲାଇନ୍‌ ଶିକ୍ଷା ସମ୍ପର୍କରେ ଆଲୋଚନା କରାଯିବ ।

ତେବେ ମହାମାରୀ ସ୍ଥିତିରେ ପିଲାଙ୍କ ପରୀକ୍ଷା କିପରି ଆୟୋଜିତ ହେବ, ଅଫଲାଇନ୍‌ରେ ହେବ କି ପୂର୍ବ ବର୍ଷ ଭଳି ଅନଲାଇନରେ ହେବ, ଏ ସମ୍ପର୍କରେ ଆଲୋଚନା ହେବ । କୁଳପତି ଓ ବିଭାଗୀୟ ଅଧିକାରୀଙ୍କ ମତାମତକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ ନେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.