Below header

ବରର ନାମ ସମାଜବାଦ କନ୍ୟାର ନାଁ ମମତା ବାନାର୍ଜୀ, ଏମିତି ଏକ ବିବାହ ଏବେ ଖୁବ ଚର୍ଚ୍ଚାରେ

ଅଜବ ନାମରେ ଗଜବ ବିବାହ, ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ପୂରା ସତ । ତାମିଲନାଡୁର ସେଲମ ଜିଲ୍ଲାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏକ ବିଶେଷ ଧରଣର ବିବାହ ଏବେ ଚର୍ଚ୍ଚାକୁ ଆସିଛି , ଯେଉଁଠି ବରର ନାମ ସମାଜବାଦ ଓ କନ୍ୟାର ନାମ ମମତା ବାନାର୍ଜୀ ରହିଛି। ଏହା ଏବେ ସବୁ ମହଲରେ ବିଷୟର କେନ୍ଦ୍ରବିନ୍ଦୁ ପାଲଟିଛି ।

46
pc: the new indian esxpress

ସମାଜବାଦଙ୍କ ବିବାହ ମମତା ବାନାର୍ଜୀଙ୍କ ସହ ହେଉଛି । ଏଭଳି ଅଜବ ନାମରେ ବିବାହ କରୁଥିବା ଯୋଡିଙ୍କ ନିମନ୍ତ୍ରଣ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ଆସନ୍ତା ରବିବାର ସେମାନଙ୍କ ବିବାହ ହେବାକୁ ଯାଉଛି ।

 

ତେବେ ତାମିଲନାଡୁ ଭାରତୀୟ ଜନତା ପାର୍ଟିର ସଚିବ ଏ. ମୋହନଙ୍କ ପୁତ୍ର ସମାଜବାଦଙ୍କ ସହ ମମତା ବାନାର୍ଜୀଙ୍କ ବିବାହ ହେବାକୁ ଯାଉଛି । ଏଠାରେ କନ୍ୟା ଜଣଙ୍କ ପରିବାର କଂଗ୍ରେସର ସମର୍ଥକ । ମୋହନଙ୍କ ସାନ ପୁଅ ହେଉଛନ୍ତି ସମାଜବାଦ । ତେବେ କନ୍ୟା ଜଣକ ପରିବାର କଂଗ୍ରେସର ସମର୍ଥକ ହୋଇଥିବାରୁ ତାଙ୍କ ନାମ ଏଭଳି ରଖାଯାଇଛି । ଏବେ ଏହାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା ହେଉଛି । ଏହାକୁ ନେଇ ଏବେ କେଉଁ ଦଳ ବିବାହରେ ସାମିଲ ହେବେ ସେ ନେଇ ଉଠିଛି ପ୍ରଶ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.