କେବେ ଖାଇଛନ୍ତି କି ରସୁଣ ଓ ସୋୟା ସସ ଆଇସକ୍ରିମ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ

ଆଇସକ୍ରିମ ଏପରି ଏକ ଜିନିଷ ଯାହା ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ସ୍ବାଦକୁ ପସନ୍ଦ କରିଥାନ୍ତି । କିନ୍ତୁ ଆଇସକ୍ରିମ ସ୍ୱାଦ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଆପଣ ଚକୋଲେଟ୍, ଭାନିଲା, ଷ୍ଟ୍ରବେରୀ, ବ୍ଲାକ୍ କରେଣ୍ଟ୍, କଫି ଇତ୍ୟାଦି ସ୍ୱାଦ ସହିତ ଅନେକ ଆଇସ୍କ୍ରିମ୍ ଖାଇଥିବେ । ମାତ୍ର ଆଜି ଆମେ ଆପଣଙ୍କୁ କିଛି ଅଦ୍ଭୁତ ଆଇସକ୍ରିମର ସ୍ୱାଦ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ କେବେ ଖାଇ ନଥିବେ। ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଆଇସକ୍ରିମ ଖାଇବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ ବଢି ଯାଇଥାଏ । କିନ୍ତୁ ଜାପାନ ରେ ଥିବା ଆଇସକ୍ରିମର ସ୍ୱାଦ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଜାପାନରେ ରସୁଣ ଆଇସକ୍ରିମ ତିଆରି କରାଯାଇଥାଏ । ଖାଲି ସେତିକି ନୁହେଁ ଆମେ ସାଧାରଣତଃ କୁରକୁରେ କୁ ସ୍ନାକ୍ସ ଭାବରେ କି  ଚାଟ ଭାବରେ ଖାଇ ଥାଉ । କିନ୍ତୁ ଆପଣ କେବେ କୁରକୁରେ ଆଇସକ୍ରିମ ଖାଇଛନ୍ତି କି ? ମାତ୍ର ଜାପାନରେ ଏହି ଆଇସକ୍ରିମ ପ୍ରସ୍ତୁତ ହୋଇଥାଏ।

garlic ice cream
image credit;prom coast ice cream

ସେହିପରି ସୋୟା ସସ୍ ର ବ୍ୟବହାର ସାଧାରଣତଃ ମଞ୍ଚୁରିଆନ୍, ଚାଉମିନ୍ ଏବଂ ଫ୍ରାଏଡ୍ ରାଇସ ପରି ଚାଇନିଜ୍ ଖାଦ୍ୟରେ ମିଶାଯାଏ । ଯାହା ଖାଦ୍ୟର ଟେଷ୍ଟକୁ ବଢ଼ାଇ ଥାଏ । କିନ୍ତୁ ଜାପାନରେ ଆଇସକ୍ରିମ୍ ରେ ସୋୟା ସସ କୁ ପକାଇଥାନ୍ତି । ଏହାର ସ୍ବାଦକୁ ଜାପାନୀ ମାନେ ପସନ୍ଦ କରିଥାନ୍ତି । କିଛି ଲୋକ ନନ୍ ଭେଜ ଖାଇବାକୁ ଏତେ ଭଲ ପାଆନ୍ତି ଯେ ସେମାନେ ସବୁକିଛିରେ ଚିକେନ୍ କିମ୍ବା ମଟନ୍ ର ସ୍ୱାଦ ଚାହାଁନ୍ତି । ଏକଦା ଜାପାନରେ ଚିକେନ୍ ୱିଙ୍ଗ୍ ଆଇସକ୍ରିମ୍ ବହୁତ ଲୋକଙ୍କ ପ୍ରିୟ ହୋଇଗଲା । ପରେ କମ୍ପାନୀ ସ୍ପଷ୍ଟ କଲା ଯେ ଏହା କେବଳ ଏକ ହାସ୍ୟାସ୍ପଦ କିନ୍ତୁ ଲୋକମାନଙ୍କର ଏପରି ଉତ୍ସାହ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ସୂଚନା ମୁତାବକ ଜାପାନର କାନାଜାୱାଠାରେ ମଧ୍ୟ ତରଳୁ ନଥିବା ଆଇସକ୍ରିମ୍ ତିଆରି କରାଯାଇଥିଲା । ବାୟୁ ଥେରାପିର ଡେଭଲପମେଣ୍ଟ ରିସର୍ଚ୍ଚ ସେଣ୍ଟର କମ୍ପାନୀ ଏବଂ କାନାଜାୱା ୟୁନିଭରସିଟିର ବୈଜ୍ଞାନିକ ମାନେ ମିଶି ଷ୍ଟ୍ରବେରୀ ପାଲିଫେନୋଲ ପାଉଡର ରୁ ଏକ ପ୍ରାକୃତିକ ଏବଂ ସୁସ୍ଥ ଫ୍ଲେବର ପ୍ରସ୍ତୁତି ପାଇଁ କାମ କରୁଥିଲେ । ତେବେ ସେମାନେ ଦେଖିଥିଲେ ଯେ ତାହା ପାଣିରେ ମିଶ୍ରଣ କରି ଆଇସକ୍ରିମ ପ୍ରସ୍ତୁତ କରିବା ପରେ ଯାହା ପ୍ରସ୍ତୁତ ହୋଇଥିଲା ତାହା ଅନ୍ୟ ଆଇସକ୍ରିମ ସହିତ ତୁଳନା କରିବା ଅସମ୍ଭବ ଥିଲା । ଏହାର ବିଶେଷ କାରଣ ହେଉଛି ପ୍ରସ୍ତୁତ ହୋଇଥିବା ଆଇସକ୍ରିମ୍ ତରଳୁ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.