Below header

ବୌଦ୍ଧରେ ଉଦଘାଟିତ ହେଲା ‘କିସ୍’ର ଏକ ନୂତନ ଶାଖା

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ର ଏକ ନୂତନ ଶାଖା ବୌଦ୍ଧରେ ଉଦଘାଟିତ ହୋଇଛି । କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କିସ୍ ଶାଖା ପ୍ରତିଷ୍ଠା ହୋଇଛି ।

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସେସ୍ ‘କିସ୍’ର ଏକ ନୂତନ ଶାଖା ବୌଦ୍ଧରେ ଉଦଘାଟିତ ହୋଇଛି । କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ବୌଦ୍ଧ ଜିଲ୍ଳା ଲୁଣିବାହାଲଠାରେ କିସ୍ ଶାଖା ପ୍ରତିଷ୍ଠା ହୋଇଛି । ଏହା ସହିତ ବୌଦ୍ଧ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଉଦଘାଟନ ଏବଂ ଏକ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସପିଟାଲର ଭୂମି ପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା, ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ୍ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଆହୁରି ଆଗକୁ ନେଇଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ ବୋଲି ଶ୍ରୀ ଅମାତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.