ଅନୁଷ୍କା ଜନ୍ମ ଦେଲେ ପୁତ୍ର ସନ୍ତାନ, ଇନଷ୍ଟାରେ ସୂଚନା ଦେଲେ ବିରାଟ

ଦ୍ଵିତୀୟ ଥର ପାଇଁ ବାପା ହେଲେ ବିରାଟ କୋହଲି। ଏଥର ପତ୍ନୀ ଅନୁଷ୍କାଙ୍କର ହୋଇଛି ଏକ ପୁତ୍ର ସନ୍ତାନ ।

ଦ୍ଵିତୀୟ ଥର ପାଇଁ ବାପା ହେଲେ ବିରାଟ କୋହଲି। ଏଥର ପତ୍ନୀ ଅନୁଷ୍କାଙ୍କର ହୋଇଛି ଏକ ପୁତ୍ର ସନ୍ତାନ । ଗତ ୧୫ ତାରିଖରେ ଉଭୟଙ୍କ ପୁତ୍ର ସନ୍ତାନ ହେବା ନେଇ ବିରାଟ ତାଙ୍କ ଇନଷ୍ଟାରେ ସୂଚନା ଦେଇଛନ୍ତି । ସେ ତାଙ୍କ ପୁଅର ନାଁ ରଖିଛନ୍ତି ଅକାୟ । ଏହି ଖବର ଜଣା ପଡିବା ପରେ ବିରାଟ ଓ ଅନୁଷ୍କା ଉଭୟଙ୍କ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅନୁଷ୍କା ଗର୍ଭବତୀ ଖବର ଦକ୍ଷିଣ ଆଫ୍ରିକାର କ୍ରିକେଟର ଏବି ଡିଭିଲିୟର ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ପୂର୍ବରୁ ବିରାଟ ଓ ଅନୁଷ୍କାଙ୍କର ଏକ କନ୍ଯା ସନ୍ତାନ ରହିଛି । ତାଙ୍କ ଝିଅର ନାଁ ହେଉଛି ଭାମିକା । ବିରାଟ ଓ ଅନୁଷ୍କା ୨୦୧୭ ରେ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.