ଦୀର୍ଘ ତିରିଶି ବର୍ଷ ହେବ ରାମ ପାରାୟଣ ଶୁଣି ଶୁଣି ଗ୍ରାମରେ ପ୍ରତିଷ୍ଠା ହେଲା ମନ୍ଦିର, ବେଦ ପାଠରେ ପ୍ରକମ୍ପିତ ହେଲା ଯଜ୍ଞ ମଣ୍ଡପ

କାକଟପୁର(କେନ୍ୟୁଜ): ଦୀର୍ଘ ତିରିଶି ବର୍ଷ ହେବ ରାମ ପାରାୟଣ ଶୁଣି ଗ୍ରାମରେ ପ୍ରତିଷ୍ଠା ହେଲେ ରଘୁନାଥ। ନୂତନ ମନ୍ଦିରରେ ରାମ ,ଲକ୍ଷ୍ମଣ ,ସିତାଙ୍କୁ ଅଧିଷ୍ଠିତ କଲେ ଗ୍ରାମବାସୀ । ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେବାପରେ ବିଗ୍ରହ ମାନଙ୍କୁ ମନ୍ଦିରରେ ପ୍ରତିଷ୍ଠା କଲେ ବେଦାଚାରୀ ପଣ୍ଡିତ। ବେଦ ପାଠରେ ପ୍ରକମ୍ପିତ ହେଲା ଯଜ୍ଞ ମଣ୍ଡପ ।

କାକଟପୁର ନିକଟ ବାଙ୍ଗୁରୀଗାଁ ଗ୍ରାମରେ ପ୍ରତିଷ୍ଠା ହୋଇଛନ୍ତି ରାମ ,ଲକ୍ଷ୍ମଣ ,ସିତାଙ୍କ ସହ ହନୁମାନଙ୍କ ପ୍ରତିମୂର୍ତି। ନୂତନ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ହୋଇଥିବା ବେଳେ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ ବେଦଜ୍ଞ ପଣ୍ଡିତ।ଏ ହି ଅବସରରେ ବାଙ୍ଗୁରୀଗାଁ ଗ୍ରାମ ତିନିଦିନ ପାଇଁ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶରେ ଉତ୍ସବ ମୁଖର ହୋଇଉଠିଥିଲା। ଗ୍ରାମର ସମସ୍ତ ଗ୍ରାମବାସୀ ଏହି ଉତ୍ସବରେ ସହଯୋଗ କରିଥିଲେ। ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ମାନଙ୍କ ସ୍ଥାପନ ଅବସରରେ ବାଙ୍ଗୁରୀଗାଁର ରାମ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଧରି ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବରେ ସମାଜସେବୀ ଜନ୍ମେଞ୍ଜୟ ସାହୁ ଯୋଗ ଦେଇଥିଲେ। ଗ୍ରାମର ଶତାଧିକ ମହିଳା ନୂତନ ବିଗ୍ରହ ମାନଙ୍କୁ ବନ୍ଦାପନା କରିଥିଲେ। ମହିଳାମାନଙ୍କ ଦ୍ବାରା ବନ୍ଦାପନା କରାଯିବା ପରେ ପଣ୍ଡିତ ମାନଙ୍କ ବେଦମନ୍ତ୍ର ଧ୍ବନୀରେ ବିଗ୍ରହ ମାନଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା । ଏହି ଅବସରରେ କୁନି କୁନି କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା |

ram

ବାଙ୍ଗୁରୀଗାଁ ଗ୍ରାମରେ ଦୀର୍ଘ ଦିନ ହେବ ଗ୍ରାମବାସୀଙ୍କ ଦ୍ବାରା ରାମପାରାୟଣ ଅନୁଷ୍ଠିତ ହୋଇ ଆସୁଥିଲା । ଗ୍ରାମର କେତେକ ଉଦ୍ୟମୀ ଯୁବକ ଏବଂ ମୁରବୀ ମାନଙ୍କ ଭିତରେ ଏଠାରେ ଗୋଟିଏ ରାମ ମନ୍ଦିର ନିର୍ମାଣ କରିବାର ଜିଜ୍ଞାଶା ହେଲା । ଏହି କଥାକୁ ଗ୍ରାମର ମୁରବୀମାନେ ବିଚାରକରି ଗୋଟାଏ ରାମ ମନ୍ଦିର ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ସହଯୋଗ ମାଗିଲେ। ସେବେଠାରୁ ସମସ୍ତ ଗ୍ରାମବାସୀଙ୍କ ପ୍ରୟାସରେ ନିର୍ମାଣ ହେଲା ଭବ୍ଯ ରାମମନ୍ଦିର । ମନ୍ଦିର ନିର୍ମାଣ ହେବା ସହ ବିଗ୍ରହ ପ୍ରତିଷ୍ଠା ହେବାପରେ ବେଶ ଭାବ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ବାଙ୍ଗୁରୀଗାଁ ଗ୍ରାମରେ । ମହାପ୍ରଭୁ ରାମଲାଲା ଙ୍କୁ ସବୁଦିନ ପାଇଁ ପାଇଥିବାରୁ ଆତ୍ମବିଭୋର ହୋଇଛନ୍ତି ଗ୍ରାମବାସୀ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.