Below header

ଏଭଳି ମାନସିକତା କଣ ପାଇଁ? କିନ୍ନର ସନ୍ତାନ ଜନ୍ମ ହେବାରୁ ହସ୍ପିଟାଲରେ ସ୍ତ୍ରୀ ଓ ପିଲାକୁ ଛାଡି ବାପା ଛୁ

ଯାଜପୁର ଟାଉନ୍(କେନ୍ୟୁଜ): ସରକାରଙ୍କ ପକ୍ଷରୁ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ମିଳିଛି ସତ । କିନ୍ତୁ ଆଜି ବି ସଚେତନତାର ଅଭାବରୁ ଅନେକ କିନ୍ନରଙ୍କୁ ନାନା ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି । ଏପରିକି ଜନ୍ମକଲା ବାପା ମା ମଧ୍ୟ ନିଜ ସନ୍ତାନକୁ ଅବହେଳା କରନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଦୁଇ ଦିନ ତଳେ ଯାଜପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା କିନ୍ନର ସନ୍ତାନ ଜନ୍ମ ଦେବା ପରେ ସମ୍ପୃକ୍ତ ବ୍ୟକ୍ତି ନିଜ ସ୍ତ୍ରୀ ଓ ସନ୍ତାନକୁ ଛାଡି ଫେରାର ହୋଇଯାଇଛନ୍ତି । ଖବର ପାଇ କିନ୍ନର ସଙ୍ଘ ପ୍ରତିନିଧି ମହିଳାଙ୍କୁ ଭେଟିବା ସହିତ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କିନ୍ନର ସନ୍ତାନଙ୍କ ପରିବାର ବର୍ଗଙ୍କୁ ବୁଝାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.