ଛି ଏତେ ନୃଶଂସ! ସ୍ନେହରେ ପାଖକୁ ଡାକି ଛୁରୀରେ କୁକୁରର ତଣ୍ଟି କାଟିଲା ଯୁବକ, କାରଣ ଜାଣିଲେ ରକ୍ତ ଗରମ ହୋଇଯିବ

ନୂଆଦିଲ୍ଲୀ: ମଣିଷ ଦିନକୁ ଦିନ ପାଶବିକତାର ସବୁ ସୀମା ଟପିଯାଉଥିବା ଦେଖିବାକୁ ମିଳୁଛି। ନିକଟରେ ଦିଲ୍ଲୀରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଏଠାରେ ଜଣେ ବ୍ୟକ୍ତି ଏକ କୁକୁରର ତଣ୍ଟିକୁ ଧାରୁଆ ଛୁରୀରେ କାଟି ଦେଇଛନ୍ତି। ଆଉ ସେ ଏଭଳି କ୍ରୁରତା କରିବାର କାରଣ ସମ୍ପର୍କରେ କହିଛନ୍ତି ଯେ ପ୍ରତିଦିନ କୁକୁରଟି ତାଙ୍କୁ ଭୁକୁଥିଲା। ଏଣୁ ରାଗରେ ସେ କୁକୁରକୁ ରାସ୍ତାରୁ ହଟାଇବାକୁ ତା ତଣ୍ଟି କାଟି ଦେଇଛନ୍ତି। ତେବେ ସ୍ଥାନୀୟ ଲୋକ କୁକୁରକୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ସେଠାରେ ତାର ଚିକିତ୍ସା ଚାଲିଛି।

ରିପୋର୍ଟ ମୁତାବକ, ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ କୁକୁର ଉପରେ ଆକ୍ରମଣର ସିସି ଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଇଛି ଯେ ଜଣେ ଯୁବକ କୁକୁରକୁ ପ୍ରଥମେ ତୁ ତୁ କରି ଡାକୁଛନ୍ତି। କୁକୁରଟି ଯେତେବେଳେ ତାଙ୍କ ପାଖକୁ ଆସୁଛି, ସେ ହାତରେ ଧରିଥିବା ଏକ ଧାରୁଆ ଛୁରୀରେ ତା ବେକକୁ କାଟି ଦେଉଛନ୍ତି। କୁକୁରଟି ଯନ୍ତ୍ରଣାରେ ଛଟପଟ ହୋଇ ବୋବାଇଥିଲା। ପାଖ ପଡ଼ୋଶୀ ଆସି ଦେଖିବାରୁ କୁକୁରଟି ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା ଓ ଯୁବକ ଜଣକ ଦୌଡ଼ି ପଳାଉଥିବା ଦେଖିଥିଲେ। ସେମାନେ ତୁରନ୍ତ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କୁକୁରକୁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏ ନେଇ ଉକ୍ତ ଯୁବକ ବିରୋଧରେ ଜୀବଜନ୍ତଙ୍କ ଉପରେ ହିଂସ୍ରା ଓ କ୍ରୁରତା ଅଧିନିୟମରେ ମାମଲା ରୁଜୁ କରାଯାଇଛି। ସିସି ଟିଭିଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରି ଲୋକମାନେ ତାକୁ ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତର ନାଁ ସନ୍ତୋଷ ବୋଲି ଜଣାପଡ଼ିଛି। ସେ କହିଛି ଯେ କୁକୁରଟି ସବୁବେଳେ ତାକୁ ଦେଖିଲେ ଭୁକୁଥିଲା। ଏଣୁ ତାକୁ ମାରିବାକୁ ସେ ତା’ ଉପରେ ମରଣାନ୍ତକ ଆକ୍ରମଣ କରିଛି।

Also Read: ଜାଣନ୍ତୁ, ଆଜିର ପେଟ୍ରୋଲ ଓ ଡିଜେଲ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.