ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି, ୧୨ ରନରେ ହରାଇଲା ପଞ୍ଜାବ କିଙ୍ଗସ୍
ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି। ବୁଧବାର ଖେଳାଯାଇଥିବା ସିଜନର ୨୩ତମ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗସ୍ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସିଜିନରେ ମୁମ୍ବାଇରେ ଏହା କ୍ରମାଗତ ୫ମ ପରାଜୟ।
ଦଳ ବର୍ତ୍ତମାନ ସୁଦ୍ଧା ବିଜୟ ସ୍ୱାଦ ଚାଖିପାରିନାହିଁ। ୧୯୯ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୬ ରନ କରିପାରିଥିଲା। ଡେଓ୍ଵାଲ୍ଡ ବ୍ରେଭିସ ମୁମ୍ବାଇ ପକ୍ଷରୁ ସର୍ବାଧିକ ୪୯ ରନ କରିଥିଲେ। ତେବେ ପଞ୍ଜାବର ଏହା ୫ମ ମ୍ୟାଚରୁ ୩ୟ ବିଜୟ।