ଛାଡ଼ଖାଇରେ ଅଭିନବ ଘୋଟାଲା, ନକଲି ନୋଟ ଧରାଇ ଛେଳି ନେଇ ଛୁ ମାରିଲେ ମାଉଁସ ଚୋର

ଛାଡ଼ଖାଇରେ ଅଭିନବ ଘୋଟାଲା। ଗରିବ ବୃଦ୍ଧଙ୍କୁ ୯ ହଜାର ଟଙ୍କା ଠକି ନେଲେ ଦୁର୍ବୃତ୍ତ। ଛାଡ଼ଖାଇରେ ୯ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଦେଇ ଛେଳି ନେଇଗଲେ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବେଗୁଅନିଆ ବ୍ଲକ ହଜ୍ ଗ୍ରାମରେ।

ଖୋର୍ଦ୍ଧା (କେନ୍ୟୁଜ): ଗରିବ ବୃଦ୍ଧଙ୍କୁ ୯ ହଜାର ଟଙ୍କା ଠକି ନେଲେ ଦୁର୍ବୃତ୍ତ। ଛାଡ଼ଖାଇରେ ୯ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଦେଇ ଛେଳି ନେଇଗଲେ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବେଗୁଅନିଆ ବ୍ଲକ ହଜ୍ ଗ୍ରାମରେ।

ଅଭିଯୋଗ ଅନୁଯାୟୀ ହଜ ଗାଁ ଆଦିବାସୀ ସାହିର ୭୦ ବର୍ଷର ବୃଦ୍ଧ ପାଣ୍ଡବ ନାୟକ ଗାଁ ପାଖରେ ଛେଳି ଚରାଉଥିଲେ। ରାସ୍ତାରେ ଯାଉଥିବା ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କ ସହ ଛେଳି କିଣିବାକୁ ମୂଲଚାଲ କରିଥିଲେ। ଶେଷରେ ୯ ହଜାର ଟଙ୍କାର ୫ଶହ ଟଙ୍କିଆ ନକଲି ନୋଟ ଦେଇ ଗୋଟିଏ ଛେଳି ନେଇ ଯାଇଥିଲେ। ସେତେବେଳେ ସେ ଜାଣି ପାରିନଥିଲେ ଏ ନୋଟ ସବୁ ନକଲି ବୋଲି। ହାତ ଥରୁଛି। ଠିକ ଭାବରେ ଟଙ୍କା ବି ଧରି ପାରୁ ନାହାନ୍ତି। ଏହାର ସୁଯୋଗ ନେଇଥିଲା ଦୁର୍ବୃତ୍ତ। ନକଲି ନୋଟ ଦେଇ ନେଇ ଯାଇଥିଲା ଛେଳି। ପରେ ଘରକୁ ଛେଳିମାନଙ୍କୁ ଧରି ଫେରିବାପରେ ଘରଲୋକ ଏହା ନକଲି ନୋଟ ବୋଲି ଜାଣି ପାରିଥିଲେ । ତେବେ ବୟସାଧିକ୍ୟ ହେତୁ ବୃଦ୍ଧଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି । ସେପଟେ ଛାଡ଼ଖାଇ ଥିବାରୁ ଏପରି ଠକି ନେଇଥିବା କୁହାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.