Below header

ବର୍ଷେ ପାଇଁ ୯ ଛେଳି ଗଲେ ଜେଲ୍‌, ଜାଣନ୍ତୁ କାହିଁକି ଗଲେ ଜେଲ୍‌ ?

୯ ଛେଳି ହେଲେ ଗିରଫ । ବର୍ଷେ ପାଇଁ ମିଳିଲା ଜେଲ୍‌ ଦଣ୍ଡ । ବର୍ଷେ ପରେ ଜେଲ୍‌ରୁ ମୁକୁଳିଛନ୍ତି ଏହି ୯ଟି ଛେଳି

୯ ଛେଳି ହେଲେ ଗିରଫ । ବର୍ଷେ ପାଇଁ ମିଳିଲା ଜେଲ୍‌ ଦଣ୍ଡ । ବର୍ଷେ ପରେ ଜେଲ୍‌ରୁ ମୁକୁଳିଛନ୍ତି ଏହି ୯ଟି ଛେଳି । ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପରେ । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଛେଳି କିପରି ଜେଲ୍‌ ଯାଇପାରିବ । କାରଣ ଦୋଷ କଲେ ମଣିଷଙ୍କୁ ଦଣ୍ଡ ମିଳିଥାଏ ମଣିଷ ଯାଇଥାଆନ୍ତି ଜେଲ୍‌ କିନ୍ତୁ ଏ ପଶୁ ପକ୍ଷୀଙ୍କୁ କି ଦଣ୍ଡ ସେମାନେ କିପରି ଜେଲ୍‌ ଯାଇପାରିବେ । କଥା କହିପାରୁ ନଥିବା ଏ ନିରୀହ ଛେଳିର ଅପରାଧ କଣ ? କିନ୍ତୁ ଏହି କଥା ଆପଣଙ୍କର ବିଶ୍ୱାସ ନ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ତେବେ ଏହି ଘଟଣାରେ ଛେଳି ଯାଇଛନ୍ତି ଜେଲ୍‌ । ସେ ପୁଣି ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୯ ଟି ଛେଳି ଯାଇଛନ୍ତି ଜେଲ୍‌ ।

ପୂରା ଘଟଣାଟି ହେଉଛି ଏପରି, ବାଲାଂଦେଶର ବରିସାଲ ଅଞ୍ଚଳର ଏକ ମସ୍‌ ଜିଦ୍‌ ରେ କିଛି ଛେଳି ଚରୁଥିବା ବେଳେ ସେହି ମସ୍‌ଜିଦ୍‌ର ଚତୁଃପାର୍ଶ୍ୱରେ ଥିବା ଘାସ ଗୁଡ଼ିକ ଖାଇ ଦେଇଥିଲେ । ଫଳରେ ତାଙ୍କ ନାଁରେ ଅଭିଯୋଗ ଦାୟର କରିଥିଲେ ମସଜିଦ୍‌ର କର୍ମକତ୍ତା। ତାଙ୍କ ଅଭିଯୋଗ ମୁତାବକ ଗତବର୍ଷ ଡିସେମ୍ବର ୬ ରେ ଏହି ଛେଳିଗୁଡ଼ିକୁ ଗିରଫ କରାଯାଇଥିଲା । ଏହି ୯ ଟି ଛେଳି ବନ୍ଦୀ ଅବସ୍ଥାରେ ଏକ ବର୍ଷ ବିତାଇବା ପରେ ଚଳିତ ମାସ ୨୪ ନଭେମ୍ବର ଶୁକ୍ରବାର ଦିନ ଜେଲ୍‌ରୁ ମୁକୁଳିଥିଲେ । ପରେ ତାଙ୍କୁ ତାଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା । ଯାହାର ଫଟୋ ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି ।

ତେବେ ଏହି ଛେଳି ଗୁଡ଼ିକୁ ମୁକାଳାଇବା ପାଇଁ ତାଙ୍କ ମାଲିକ ଶାହରୁଖ ସଚ୍ଚିବ ରାଜୀବ ବିସିସିଆଇ ମେୟରଙ୍କୁ ନିବେଦନ କରିଥିଲେ । ଗୃହପାଳିତ ପଶୁଙ୍କୁ ଏଭଳି ବନ୍ଦୀ କରିବା ଘଟଣା ଜାଣିବା ପରେ ମେୟର ଅବୁଲ୍‌ ଖେର୍‌ଙ୍କ ହୃଦୟ ତରଳି ଯାଇଥିଲା ସେ ତୁରନ୍ତ ଏହି ପଶୁ ମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଏହି ଛେଳି ମାନଙ୍କର ଅପରାଧ କହିଲେ ସେମାନେ କବରସ୍ଥାନର ଘାସ ଖାଇ ଦେଇଥିଲେ ଯାହା ଫଳରେ ତାଙ୍କୁ ଏତେ ବଡ଼ ସଜ୍ଜାରେ ଦଣ୍ଡିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.