Below header

ମାର୍ଶାଘାଇ : ବିରଳ ପ୍ରଜାତିର ନାଗସାପ ଉଦ୍ଧାର

ମାର୍ଶାଘାଇ(କେନ୍ୟୁଜ୍‌) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଶିଳିପୁରୂରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ସାପ । ସାପଟିକୁ କେନ୍ଦ୍ରାପଡା ସ୍ନେକ ହେଲପ ଲାଇନର ସଦସ୍ୟ ପ୍ରଫୁଲ୍ଲ କୁମାର ସ୍ବାଇଁ ଉଦ୍ଧାର କରିଛନ୍ତି । ଶିଳିପୁରୁର ଅନୀଲଙ୍କ କାଠ ଗୋଲାରୁ ଏହି ବିରଳ ପ୍ରଜାତିର ନାଲି ରଙ୍ଗର ସାପକୁ ଉଦ୍ଧାର କରାଯାଇଥିଲା ।

ପ୍ରଫୁଲ୍ଲ କହିଛନ୍ତି ଯେ ତାଙ୍କ ୧୩ ବର୍ଷ କାଳ ସାପ ଧରିବା ଭିତରେ ସେ ଏଭଳି ସାପ କେବେ ଧରିନଥିଲେ । ଏପରି ସାପ ଧରିବା ତାଙ୍କର ପ୍ରଥମ । ଏହି ସାପଟି ନାଗ ଭଳି ଜଣାଯାଉଛି । ତେବେ ଭୁବନେଶ୍ୱର ସ୍ନେକ ହେଲପ ଲାଇନ ଆସି ସାପଟିକୁ ନେବାବେଳେ ଏହି ସାପଟି କେଉଁ ପ୍ରଜାତିର ବୋଲି କହିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.