ପୁରୀ ମାଳତୀପୁର ଓଭରବ୍ରିଜ୍ ତଳୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍, ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ମାଳତୀପୁର ଓଭରବ୍ରିଜ୍ ତଳୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର ହେବା ଘଟଣାର ହୋଇଛି ପର୍ଦ୍ଦାଫାସ୍ । ପ୍ରେମ ପାଇଁ ଯୁବକଙ୍କୁ ଜାଳିଦିଆଯାଇଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଟୁବୁଲା ବେହେରା ସମେତ ୪ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଏକ ବାଇକ୍ ଜବତ ହୋଇଛି।

ଅଭିଯୋଗ ଅନୁଯାୟୀ, କୁମୁଟିପାଟଣାର ପ୍ରଶାନ୍ତ ପ୍ରଧାନ ସହ ଟୁବୁଲା ଭଉଣୀର ପ୍ରେମ ସମ୍ପର୍କ ଥିଲା । ଏପରିକି ଗତବର୍ଷ ଟୁବୁଲା ଭଉଣୀ ଅପହରଣ ଅଭିଯୋଗରେ ପ୍ରଶାନ୍ତ ଜେଲ୍ ମଧ୍ୟ ଯାଇଥିଲା । ଜେଲ୍ରୁ ବାହାରିବା ପରେ ପୁଣି ଟୁବୁଲା ପ୍ରଶାନ୍ତକୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲା ।

ଏକ ଅର୍ଦ୍ଧନିର୍ମିତ ପାଇଖାନା ଟାଙ୍କିରେ ଭର୍ତ୍ତି କରି ପ୍ରଶାନ୍ତ ନିସ୍ତୁକ ମାଡ ମାରିଥିଲେ ଟୁବୁଲା ଓ ତା’ର ସହଯୋଗୀ । ପରେ ୧୫ ତାରିଖ ଦିନ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.