ଯାଜପୁର: ବ୍ରିଜ ତଳକୁ ଖସି ପଡିଲା ଚାଉଳ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଜାରକା ନିକଟ ଶଙ୍ଖାରିଡିହ ଠାରେ ବ୍ରିଜ ତଳକୁ ଖସି ପଡିଲା ଚାଉଳ ବୋଝେଇ ଟ୍ରକ। ଫଳରେ ଅଳ୍ପକେ ବର୍ତିଲେ ଲୋକେ। ସୂଚନା ମୁତାବକ, କଲିକତାରୁ ଚାଉଳ ବୋଝେଇ କରି ଏକ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଶଙ୍ଖାରିଡିହ ଠାରେ ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସି ପଡିଛି। ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ ରୂପେ ଭାଙ୍ଗି ରୁଜି ଯାଇଛି।

ଡ୍ରାଇଭରର ଆଖି ଲାଗି ଯିବାରୁ ସମ୍ଭବତ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ଗାଡିର ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏହି ସମୟରେ ଲୋକଙ୍କର ଯାତାୟାତ ନଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ଲୋକେ। ଟ୍ରକରେ ମୋଟ ୨୫ଟନ ଚାଉଳ ଯାଉଥିବା ବେଳେ ଦୁର୍ଘଟଣା ପରେ ଚାଉଳ ବସ୍ତା ରାସ୍ତା ଉପରେ ପଡି ରହିଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.