Below header

ଆସିଲା ଦ୍ଵିତୀୟ ଚିତ୍ର: ମାଟି ତଳେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ସହ ପାଇପ ଯୋଗେ କଥା ହେଲେ ସାଥୀ ଶ୍ରମିକ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ନିକଟରୁ ଆସିଲା ଦ୍ଵିତୀୟ ଚିତ୍ର । ଭିଡିଓରେ ମାଟି ତଳେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ସହ କିଭଳି ସାଥୀ ଶ୍ରମିକ ପାଇପ ଯୋଗେ କଥା ହେଉଛନ୍ତି  ଏବଂ ପାଇପ ଯୋଗେ କିଭଳି ଶୁଖିଲା ଖାଦ୍ୟ ପଠା ଯାଉଛି ତାହା ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ନିକଟରୁ ଆସିଲା ଦ୍ଵିତୀୟ ଚିତ୍ର । ଭିଡିଓରେ ମାଟି ତଳେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କ ସହ କିଭଳି ସାଥୀ ଶ୍ରମିକ ପାଇପ ଯୋଗେ କଥା ହେଉଛନ୍ତି  ଏବଂ ପାଇପ ଯୋଗେ କିଭଳି ଶୁଖିଲା ଖାଦ୍ୟ ପଠା ଯାଉଛି ତାହା ଦେଖିବାକୁ ମିଳିଛି ।

ମୟୁରଭଞ୍ଜ ଜିଲ୍ଲାର ତିନି ଶ୍ରମିକ ୧୩୦ ଘଣ୍ଟା ଧରି ଫସିରହିଛନ୍ତି । ସେଠାରେ କାମ କରୁଥିବା ଅନ୍ୟ ଓଡ଼ିଆ ଶ୍ରମିକ ଏହି ଭିଡିଓ ଉତ୍ତୋଳନ କରି ମୟୁରଭଞ୍ଜ ଜିଲ୍ଲାର ଧିରେନ ନାୟକଙ୍କ ଘରକୁ ପଠାଇଛନ୍ତି। ଗତକାଲି ଓଡ଼ିଶାର ଲେବର କମିଶନର ଏକ ଭିଡିଓକୁ ସେୟାର କରିଥିଲେ।

୧୩୦ ଘଣ୍ଟା ବିତିଲାଣି:

ଏପଟେ ୧୩୦ ଘଣ୍ଟା ବିତିଲାଣି । ଉତ୍ତରାଖଣ୍ଡ ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ଟନେଲ ମଧ୍ୟରେ ଫସି ରହିଛନ୍ତି ୪୦ଜଣ ଶ୍ରମିକ । ଗତକାଲି ଅପରାହଣରୁ ରେସକ୍ୟୁ ଅପରେସନ ବନ୍ଦ ପରେ ଶ୍ରମିକଙ୍କ ପରିବାର ଲୋକ ନାନା ଆଶା ଆଶଙ୍କାରେ । ୨୨ ମିଟର ଡ୍ରିଲିଂ ପରେ କାମ ବନ୍ଦ ରହିଛି ।

ଏକ ବଡ଼ ଧାତବ ଅଂଶ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି । ୬ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଫସି ରହିଥିବା ୪୦ ଶ୍ରମିକଙ୍କୁ ରେସକ୍ୟୁ ପାଇଁ ଅତ୍ୟାଧୁନିକ ମେସିନ ନିୟୋଜିତ କରାଯାଇଛି । ଆମେରିକୀୟ ଅଉଗାର ମେସିନରେ ଚାଲିଥିଲା ଡ୍ରିଲିଂ କାମ। କିନ୍ତୁ ବାରମ୍ବାର ବାଧା ଉପୁଜୁଥିବାରୁ ବିଳମ୍ବିତ ହେଉଛି ଉଦ୍ଧାର କାର୍ଯ୍ୟ।

ଉତ୍ତରକାଶୀର ବ୍ରହ୍ମଖାଲ- ଯମୁନେତ୍ରୀ ଜାତୀୟ ରାଜପଥରେ ସିଲ୍କୟାରା ଓ ଦଣ୍ଡଲଗାଓଁ ମଧ୍ୟରେ ନିର୍ମାଣାଧୀନ ଟନେଲ ନଭେମ୍ବର ୧୨ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଫସି ରହିଥିହା ୪୦ ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଏସଡିଆରଏଫ, ଏନଡିଆରଏଫ, ପୋଲିସ, ସ୍ବାସ୍ଥ୍ୟ ବିଭାବ, ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.