ବାପା ନା ସଇତାନ, ଟିବି ପୀଡିତା ଝିଅକୁ ଦୁଷ୍କର୍ମ କରିବା ପରେ ପିଟି ପିଟି ମାରିଦେଲା

ଟିବି ପୀଡିତା ୨୨ ବର୍ଷ ଝିଅକୁ ଦୁଷ୍କର୍ମ କରିବା ପରେ ଜବରଦସ୍ତ ଗର୍ଭପାତ କରିଥିଲା ବାପା । ଆଉ ଗର୍ଭପାତ କରିବା ପରେ ପିଟି ପିଟି ମାରିଦେଲା । ମୁମ୍ବାଇରେ ଘଟିଛି ଏମିତି ଘଟଣା ।

ସଇତାନ ସାଜିଲା ବାପା । ନିଜ ୨୨ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିବା ପରେ ଜବରଦସ୍ତ ଗର୍ଭପାତ କରିଲା । ଆଉ ଶେଷରେ ପିଟି ପିଟି ମାରିଦେଲା । ଏମିତି ଏକ ଘଟଣା ମୁମ୍ବାଇର ସଟେ ପାଲଘର ଜିଲ୍ଲାର ନାଲାସୋପାରାରେ ଘଟିଛି । ଏହା ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେପଟେ ପୋଲି ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ।

ଖବର ମୁତାବକ, ମୁମ୍ବାଇର ନାଲାସୋପାରାରେ ୨୨ ବର୍ଷୀୟ ଯୁବତୀ ନିଜ ବାପା ମା’ଙ୍କ ସହିତ ରହୁଥିଲେ । ଗତ ୩ ମାସ ହେଲାଣି ଯୁବତୀ ଜଣକ ଟିବିରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ । ଏହା ପରେ ସେ ୧୧ ନଭେମ୍ବରରେ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ମା’ ପୋଲିସରେ ଅଭିଯୋଗ କରିବା ପରେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ।

୫୪ ବର୍ଷୀୟ ବାପା ଟିବି ପୀଡିତା ଝିଅଙ୍କୁ ଯୌନ ଉତ୍ପୀଡନା ଦେବା ସହିତ ମାରପିଟ କରୁଥିଲେ । ଏହା ସହିତ ଯଦି ଝିଅ ଏହାକୁ ବିରୋଧ କରିବ, ସେଥିପାଇଁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଝିଅକୁ ଜବରଦସ୍ତି ଘରେ ବାନ୍ଧି ରଖୁଥିଲେ । ଝିଅ ସହିତ ଦୁଷ୍‌କର୍ମ କରିବା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଏହାପରେ ଅଭିଯୁକ୍ତ ଯୁବତୀଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ଟିବିରେ ପୀଡିତାଙ୍କୁ ଅଭିଯୁକ୍ତ ବହୁତ ମାରିଥିଲେ । ଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯୁବତୀଙ୍କ ମା’ ।

ପୋଲିସ ଏହି ମାମଲାରେ କେସ୍‌ ରୁଜୁ କରି ଅଭିଯୁକ୍ତ ବିରୋଧରେ ଆଇପିସି ୩୭୬(ଏନ), ୩୫୪(ଏ), ୩୪୨, ୩୨୨, ୩୨୩, ୫୦୪ ଏବଂ ୫୦୬ ଧାରା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.