Below header

ଛତିଶଗଡ଼ ଛୋଟେବେଠିଆ ଜଙ୍ଗଲରେ ପୋଲିସ୍ ମାଓବାଦୀ ମଧ୍ୟରେ ଗୁଳିବିନିମୟ

ମୃତ୍ୟୁ ପୂର୍ବରୁ ଜଣେ ମାଓ କମାଣ୍ଡରଙ୍କୁ ସଫା କରି ବୀରତ୍ୱର ପରିଚୟ ଦେଲେ ଯବାନ । ସହୀଦ ରମେଶଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଛତିଶଗଡ଼ କାଙ୍କେର ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଆମ୍ବୁସରେ ଫସିଥିଲେ ଯବାନ ।

ମାଲକାନଗିରି(କେନ୍ୟୁଜ) : ମୃତ୍ୟୁ ପୂର୍ବରୁ ଜଣେ ମାଓ କମାଣ୍ଡରଙ୍କୁ ସଫା କରି ବୀରତ୍ୱର ପରିଚୟ ଦେଲେ ଯବାନ । ସହୀଦ ରମେଶଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଛତିଶଗଡ଼ କାଙ୍କେର ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଆମ୍ବୁସରେ ଫସିଥିଲେ ଯବାନ । ଏହି ସମୟରେ ରମେଶ କୁରେଠି ନିଜ ବନ୍ଧୁକରୁ ମାଓବାଦୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା ।

ଏଥିରେ ଜଣେ ମାଓ କମାଣ୍ଡର ନିହତ ହୋଇଛି  ଘଟଣା ସ୍ଥଳରୁ ଗୋଟିଏ AK47 ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଏ ନେଇ କାଙ୍କେର ASP ଅଭିନାଶ ଠାକୁର ସୂଚନା ଦେଇଛନ୍ତି । ଏପଟେ ବିଜାପୁର ଜିଲ୍ଲା ପୋଲିସ ୫ ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି । ଟିଫିନ ବୋମା ଭଳି ବହୁ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.