ପାହାଳ ନିକଟରେ ରାସ୍ତା ଉପରେ ହୁତୁହୁତ ହୋଇ ଜଳିଗଲା ବାଲି ବୋଝେଇ ଟ୍ରକ୍‌

ଭୁବନେଶ୍ବର:ରାସ୍ତାରେ ହୁତୁହୁତ ହୋଇ ଜଳିଗଲା ଟ୍ରକ୍‌ । ଗତ ରାତିରେ ପାହାଳ ନିକଟରେ ଏକ ବାଲି ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ୨ଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ଟ୍ରକଟି ରାସ୍ତାରେ ଛିଡା ହୋଇଥିବାବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା।

You might also like