ପୁରୀ: ୮୦ହଜାର ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ କୋହଳ କରାଯିବ ୟୁନିଫର୍ମ ପଲିସି

ପୁରୀ(କେନ୍ୟୁଜ୍):ପୁରୀ ଜିଲ୍ଲାରେ ୮୦ହଜାର ଲୋକଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ୟୁନିଫର୍ମ ପଲିସି କୋହଳ କରାଯିବ । ଦୀର୍ଘବର୍ଷ ଧରି ସହରବାସୀ ଜମି ଦଖଲରେ ଥିଲେ ମଧ୍ୟ ନା ବିକ୍ରି କରିପାରୁଛନ୍ତି ନା ଋଣ ଆଣିପାରୁଛନ୍ତି । ଶ୍ରୀମନ୍ଦିର ଆଇନ ୧୯୫୪ରେ ସଂଶୋଧନ ଜରାଯାଇ ଆସିଥିବା ଅଧ୍ୟାଦେଶ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଛି । ଆଇନ ବିଭାଗ ଦ୍ୱାରା ଗତ ୯ତାରିଖରେ ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । କିନ୍ତୁ ୟୁନିଫର୍ମ ପଲିସି ସଂଶୋଧିତ ହୋଇନଥିବାରୁ ସନ୍ଦେହ ପ୍ରକାଶ ପାଇଛି । ୟୁନିଫର୍ମ ପଲିସିର ସରଳୀକରଣ କରାଯିବା ନେଇ ଭର୍ଚୁଆଲ ବୈଠକରେ ଆଲୋଚନା କରାଯାଇଛି ।

puri2

୨୦୧୯ରେ ସଂଶୋଧିତ ୟୁନିଫର୍ମ ପଲିସି ଅନୁଯାୟୀ ୩ ବର୍ଗମିଟର ଜମି ଦରକୁ ୨ଗୁଣ କରାଯାଇଛି । ହଜାର ହଜାର ସଂଖ୍ୟାରେ ସହରବାସୀ ୟୁନିଫର୍ମ ପଲିସି ଆଧାରରେ ଜମି କିଣିବାକୁ ଆବେଦନ କରିଛନ୍ତି । ଭୋଗ ଦଖଲରେ ଥିବା ଘର ଜମିକୁ କୋର୍ଟଙ୍କ ଆଦେଶ ଦର୍ଶାଇ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯାଇଛି । ୟୁନିଫର୍ମ ପଲିସି ଆଧାରରେ ଏହି ଜମିକୁ ପୁଣିଥରେ କିଣିବାକୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଦେଇଛି । ବର୍ତ୍ତମାନ ସୁଦ୍ଧା ୭ହଜାରରୁ ଅଧିକ ଦରଖାସ୍ତ ବିଚାରାଧିନ ରହିଛି ।

ନିକଟରେ ରାଜ୍ୟ ସରକାର ଦୀର୍ଘ ୬୮ବର୍ଷର ଶ୍ରୀମନ୍ଦିର ଆଇନକୁ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରୀ କରିଥିଲେ । ୟୁନିଫର୍ମ ପଲିସି ସରଳୀକରଣ ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.